ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ : ଲାଂଜିଆ ସଉରା ଜନଜାତିଙ୍କର ସୋପାନ କୃଷି ଓ ଜଳ ପରିଚାଳନା
ଲାଂଜିଆ ସଉରା ଜନଜାତିଙ୍କର ସୋପାନ କୃଷି ଓ ଜଳ ପରିଚାଳନା ବ୍ୟବସ୍ଥାରେ ଦେଶୀୟ ଜ୍ଞାନକୌଶଳ
ଭୁବନେଶ୍ୱର : ମହାମାରୀ କରୋନା ଯୋଗୁଁ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର ପେଜ୍ @stscdev, @scstrti ଖୋଲି ମଇ ୧୬ ତାରିଖ ଦିନ ଲାଂଜିଆ ସଉରା ଜନଜାତିଙ୍କର ସୋପାନ କୃଷି ଓ ଜଳ ପରିଚାଳନା ବ୍ୟବସ୍ଥାରେ ଦେଶୀୟ ଜ୍ଞାନକୌଶଳ ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡକଫର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।
ଲାଂଜିଆ ସଉରା ଜନଜାତି ମୁଖ୍ୟତଃ ସେମାନଙ୍କର କୃଷି ଅର୍ଥନୀତିର ଅଭିବୃଦ୍ଧି ନିମନ୍ତେ ବର୍ଷାଜଳ ଉପରେ ନିର୍ଭର କରିଥା’ନ୍ତି । ଏହି ଜନଜାତିଙ୍କର ପରିବେଶ ବିଜ୍ଞାନ ଓ ପରିବେଶ ସେବା ସଂପର୍କରେ ବିଶେଷ ଜ୍ଞାନ ଓ ଉପଲବ୍ଧି ରହିଛି । ଚାଷ ଜମିର ଉପଯୋଗ କରି ସେମାନେ ଜୀବିକା ନିର୍ବାହ କରିଥା’ନ୍ତି । ନିଜସ୍ୱ ଜ୍ଞାନକୌଶଳ ମାଧ୍ୟମରେ ସେମାନେ ବର୍ଷାଜଳର ସଦୁପଯୋଗ ଓ ସଂରକ୍ଷଣ କରିଥା’ନ୍ତି । ଲାଂଜିଆ ସଉରା ସଂପ୍ରଦାୟ ସୋପାନ ନିର୍ମାଣ, ଜଳନିର୍ଗମ ପଥର ପରିଚାଳନା, ସୋପାନ ଜମିରେ ଜଳ ସେଚନ ପରିଚାଳନା କ୍ଷେତ ୍େର ର ପାର ମ୍ପରିକ ଅଭିଜ୍ଞତା ଓ ଦେ ଶୀୟ ଜ୍ଞାନର ଉପଯୋଗ କରିଥା’ନ୍ତି । ଭିଡ଼ିଓରେ ଲାଂଜିଆ ସଉରା ଜନଜାତି ସଂପ୍ରଦାୟ ଧାନଚାଷ ନିମନ୍ତେ କିଭଳି ଜଳ ପରିଚାଳନାର ଦେଶୀୟ କୌଶଳ ଅନୁସରଣ କରିଥା’ନ୍ତି ସେ ସଂପର୍କରେ ପ୍ରଦର୍ଶିତ ହୋଇଛି