କରୋନା ଟେଷ୍ଟିଂ ଲାଗି ବରିଷ୍ଠ ନାଗରିକମାନଙ୍କ ଘରଠୁ ନମୁନା ସଂଗ୍ରହ କରିବେ ବିଏମ୍‌ସି

ଟେଷ୍ଟିଂ ସେଣ୍ଟରକୁ ଯିବାରେ ଅସୁବିଧା ଥିଲେ ବରିଷ୍ଠ ନାଗରିକ ୧୯୨୯କୁ କଲ କରିପାରିବେ

ଭୁବନେଶ୍ୱର: ଏକା ରହୁଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା  । ଟେଷ୍ଟିଂ ସେଣ୍ଟରକୁ ଯିବାରେ ଅସୁବିଧା ଥିଲେ ବରିଷ୍ଠ ନାଗରିକ ୧୯୨୯କୁ କଲ କରିପାରିବେ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟିମ୍ ଯାଇ ଘରଠୁ ନମୁନା ସଂଗ୍ରହ କରିବେ । ବିଏମ୍‌ସି କମିସନର ସଂଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ଆସନ୍ତା ସୋମବାର ଠାରୁ ଏହି ବ୍ୟବସ୍ଥା ଆରମ୍ଭ ହେବ । ସେହିପରି ସୋମବାର ଠାରୁ ବିଏମ୍‌ସି ଅଂଚଳରେ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲାଯିବ ।

ଆସନ୍ତା ସୋମବାର ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ଭୁବନେଶ୍ବରରେ ଦୈନିକ ଟେଷ୍ଟିଂ ହାରକୁ ମଧ୍ୟ ବୃଦ୍ଧି କରାଯିବ । ଟିକାକରଣ କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ଏଥିପାଇଁ ଭିତ୍ତିଭୂମୀ ବୃଦ୍ଧି ପାଇଁ ଯୋଜନା କରାଯାଉଛି । ବରିଷ୍ଠ ନାଗରିକଙ୍କ ପାଇଁ ଘରେ ରହି ଟିକାକରଣ କରାଯିବ । ଘରେ ଏକା ରହୁଥିବା ବରିଷ୍ଠ ନାଗରିକ ୧୯୨୯କୁ କଲ କଲେ ସେମାନଙ୍କୁ ଟିକାକେନ୍ଦ୍ରକୁ ନେଇ ଟିକା ଦେବାର ବ୍ୟବସ୍ଥା କରାଯାଉଛି । ସୋମବାର ଠାରୁ ପୁଣି ଥରେ ଡ୍ରାଇଭ ଇନ ଟିକାକରଣ କରାଯିବ । ଭୁବନେଶ୍ବରରେ କୋଭିଡ ହସ୍ପିଟାଲରେ ବେଡ ଓ ଅକ୍ସିଜେନ ଆଇସିୟୁ ବେଡ ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।