କରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର

ଟିକାକରଣ, ପରବର୍ତ୍ତୀ ଲହର ସମ୍ଭାବନା ବିଷୟରେ ପରାମର୍ଶ ଦେବେ କମିଟି

ଭୁବନେଶ୍ଵର  : ରାଜ୍ୟରେ କରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର।  ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେବ। କମିଟିରେ ବହୁ ବରିଷ୍ଠ ଡାକ୍ତର, ବୈଜ୍ଞାନିକ ସଦସ୍ୟ ଅଛନ୍ତି। କମିଟି ରାଜ୍ୟରେ କରୋନା ପରିଚାଳନା ନେଇ ପରାମର୍ଶ ଦେବ। ଟିକାକରଣ, ପରବର୍ତ୍ତୀ ଲହର ସମ୍ଭାବନା ବିଷୟରେ ପରାମର୍ଶ ଦେବେ। କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। କମିଟି ଗଠନ ସଂପର୍କରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

୧୦ ଜିଲ୍ଲାରେ କମିଲା ସଂକ୍ରମଣ

ଲକ୍‌ଡାଉନ୍ ଫଳରେ ୧୦ଜିଲ୍ଲାରେ କରୋନା ସଂକ୍ରମଣ କମିଛି । ବିଶେଷ କରି ଅଧିକ ପ୍ରଭାବିତ ହୋଇଥିବା ପଶ୍ଚିମ ଓଡ଼ିଶାରେ ସଂକ୍ରମଣ କମୁଛି ବୋଲି ସେ କହିଛନ୍ତି । ସେହିଭଳି ଗାଁଗୁଡ଼ିକରେ କିଭଳି ସଂକ୍ରମଣ ରୋକାଯାଇପାରିବ ତା’ ଉପରେ ଅଧିକ ଫୋକସ କରିଛନ୍ତି ସରକାର । ଗାଁରେ ଗୋଟିଏ ଲୋକ ସଂକ୍ରମିତ ହେଲେ ପୁରା ଗାଁ ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେଣୁ ଏଥି ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ସେହିଭଳି ରାଜ୍ୟରେ ଟିକାକରଣକୁ ତ୍ବାରାନ୍ବିତ କରିବାକୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ବିଦେଶରୁ ଟିକା ଆଣିବାକୁ ଉଦ୍ୟମ କରୁଛନ୍ତି ସରକାର । ଏମିତିରେ ୩ କୋଟି ୮୦ଲକ୍ଷ ଟିକା କିଣିବାକୁ ବିଧିବଦ୍ଧ ଟେଣ୍ଡର କରାଯାଇଛି । ଏହାଛଡ଼ା ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।