ରାଜ୍ୟରେ ଟିକାକରଣରେ ଦ୍ବିତୀୟ ଡୋଜ୍‌କୁ ପ୍ରାଥମିକତା : ACS

ଭୁବନେଶ୍ୱର : ରାଜ୍ୟରେ କୋଭିଡ ଟିକାକରଣରେ ଦ୍ୱିତୀୟ ଡୋଜକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ସେମାନଙ୍କର ଡୋଜର ଅବଧି ହୋିଥିବାରୁ ପ୍ରାଥମିକତା ଭିତ୍ତିରେ ସେମାନଙ୍କୁ ଟିକା ଦିଆଯିବ । ହେଲେ ରାଜ୍‌ୟର ସମସ୍ତଙ୍କୁ ଟିକା କରଣରେ ସାମିଲ କରାଯିବ । ୧୮ରୁ ୪୫ ବର୍ଷ ବୟସର ସମସ୍ତଙ୍କୁ ରାଜ୍ୟ ସରକାର ମାଗଣା ଟିକା ଯାଗାଇଦେବେ । ଭୁବନେଶ୍ୱରରେ ଏହା ଆରମ୍ଭ ହୋଇଛି । କୋଭିସିଲଡ ଟିକା ଆସିବା ପରେ ଅନ୍ୟ ଜିଲ୍ଲାରେ ସାବାଳକ ଟିକାକରଣ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍‌ ବିଭାଗ ଦାୟୀତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏବଂ ପୋଲିସ ଡିଜି ଅଭୟ । ରାଜ୍ୟରେ ଟିକାକରଣକୁ ନେଇ  ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪୩.୫୫ ଲକ୍ଷ ପ୍ରଥମ ଡୋଜ୍ ନେଇସାରିଛନ୍ତି । ପ୍ରଥମ ଡୋଜ ଟିକା ନେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୨୩ ଲକ୍ଷ ୪୩ ହଜାର ଲୋକଙ୍କର ୨ୟ ଡୋଜ ନେବାର ସମୟ ହୋଇଗଲାଣି । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୯୬ ହଜାର ଲୋକଙ୍କୁ ଦ୍ବିତୀୟ ଡୋଜ ଦିଆଗଲାଣି । ରାଜ୍ୟର ୯୭ ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‌ ଏବଂ ୮୭ ପ୍ରତିଶତ ସ୍ବାସ୍ଥ୍ୟକର୍ମୀଙ୍କୁ ଦ୍ବିତୀୟ ଡୋଜ୍‌ କରୋନା ଟିକା ଦିଆସରିଛି ।

ଟିକାକରଣକୁ ନେଇ  ପ୍ରଦୀପ୍ତ ମହାପାତ୍ର କହିଛନ୍ତି, କୋଭାକ୍ସିନ ଟିକା କେବଳ ଭୁବନେଶ୍ୱର ମହାନଗର ଅଞ୍ଚଳରେ ହିଁ ଦିଆଯାଉଛି । କୋଭିସିଲ୍ଡ ଟିକା ରାଜ୍ୟର ଅନ୍ୟ ଟିକାକରଣ ​‌ସେଣ୍ଟରମାନଙ୍କରେ ଦିଆଯାଉଛି । କୋଭାକ୍ସିନ ଟିକା ୨ୟ ଡୋଜ ଦେବାରେ ଏଯାଏ କିଛି ସମସ୍ୟା ହୋଇନାହିଁ । ଏହା ସହିତ ଯେଉଁମାନେ ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ ଟିକା ନେଇଥିଲେ ସେମାନେ ଚାହିଁଲେ ସରକାରୀ ହସ୍ପିଟାଲରୁ ମାଗଣାରେ ଦ୍ବିତୀୟ ଡୋଜ୍‌ ନେଇପାରିବେ ।