ନନ୍ଦୀଗ୍ରାମରେ ହାରିଲେ ମମତା ବାନାର୍ଜୀ :୧୯୫୭ ଭୋଟରେ ଜିତିଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ

କୋଲକାତା  :  ନନ୍ଦୀଗ୍ରାମରେ ମମତା ବାନାର୍ଜୀ ନୁହେଁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ ହୋଇଛି । ୧୯୫୭ ଭୋଟରେ ମମତା ବାନାର୍ଜୀ ପରାଜିତ ହୋଇଥିବା ଜାତୀୟ ଜଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଗଣତି ଶେଷ ହେବାପରେ ମମତା ବାନାର୍ଜୀ, ଶୁଭେନ୍ଦୁ ଅଧିକାରୀଙ୍କୁ ୧୨୦୦ ଭୋଟରେ ହରାଇଥିବା ଖବର ଆସିଥିଲା । କିନ୍ତୁ ବର୍ତ୍ତମାନ କିଛି ଗଣମାଧ୍ୟରେ ଖବର ଆସିଛି ଯେ, ନନ୍ଦୀଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ ହୋଇଛି । ୧୯୫୭ ଭୋଟରେ ଟଏମସି ସିପ୍ରିମୋ ମମତା ବାନାର୍ଜୀଙ୍କୁ ହରାଇଛନ୍ତି ବିଜେପି ହେଭିଓ୍ବେଟ୍ ଶୁଭେନ୍ଦୁ ଅଧିକାରୀ ।

ସେପଟେ ପରାଜୟ ସ୍ବୀକାର କରିଛନ୍ତି ମମତା ବାନାର୍ଜୀ । ପ୍ରତିକ୍ରିୟା ଦେଇ ଦିଦି କହିଛନ୍ତି, ‘ଫଳାଫଳ ବିରୁଦ୍ଧରେ ସୁପ୍ରିମକୋର୍ଟର ଆଶ୍ରୟ ନିଆଯିବ । ଦଳର ବିଜୟ ପାଇଁ କିଛିଟା ବଳିଦାନ ଦେବାକୁ ପଡିଥାଏ । ଏହା ହୁଏତ ମୋର ବଳିଦାନ । ପଶ୍ଚିମବଙ୍ଗରେ ଟିଏମସିର ବିଜୟ ହୋଇଛି । ଆମ ଦଳ ପ୍ରାୟ ୨୨୧ ଆସନରେ ବିଜୟ ଆଡକୁ ଅଗ୍ରସର ହେଉଛି ।’