ପିଓକେରୁ ବିସ୍ତାପିତ ପରିବାରକୁ ୫.୫ ଲକ୍ଷ ଟଙ୍କାର ସାହାଯ୍ୟ

ନୂଆଦିଲ୍ଲୀ:ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ ଅନେକ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଭାରତ ସରକାର ପାକିସ୍ତାନ ଅଧିକୃତ କାଶ୍ମୀରରୁ ବିସ୍ତାପିତ ହୋଇଥିବା ପରିବାକୁ ସାହାଯ୍ୟ କରିବା ନେଇ ଘୋଷଣ କରିଛନ୍ତି । ସରକାର ୫୩୦୦ ପରିବାରକୁ ୫.୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜଭଡେକର କହିଛନ୍ତି ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ବିସ୍ତାପିତଙ୍କୁ ନ୍ୟାୟ ମିଳିବ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଯେ ପାକିସ୍ତାନ ଅଧିକୃତ କାଶ୍ମୀରରୁ ବିସ୍ତାପିତ ହୋଇଥିବା ୫୩୦୦ ପରିବାରକୁ ଯେଉଁମାନେ କାଶ୍ମୀରକୁ ଛାଡି ଅନ୍ୟ ଅଞ୍ଚଳରେ ବସତି ସ୍ଥାପନ କରିଥିଲେ, କିନ୍ତୁ ପରେ ରାଜ୍ୟକୁ ଫେରି ଆସିଥିଲେ ସେମାନଙ୍କ ମଧ୍ୟରୁ ପ୍ରତିଟି ପରିବାରକୁ ୫.୫ ଲକ୍ଷ ଟଙ୍କାର ରାଶି ପ୍ରଦାନ କରାଯିବ ।

କେନ୍ଦ୍ର ସରକାର ଏହାସହ ଆଶା କାର୍ମୀଙ୍କ ମାନଦେୟରେ ଦୁଇଗୁଣ ବୃଦ୍ଧି କରିଛନ୍ତି । ପୂର୍ବେ ଆଶା କର୍ମୀଙ୍କୁ ଏକ ହଜାର ଟଙ୍କା ମିଳୁଥିଲା ଏବେ ମାନଦେୟରେ ବୃଦ୍ଧି ହେବା ପରେ ଦୁଇ ହଜାର ଟଙ୍କା ମିଳିବ । ଆଶା କର୍ମୀ ମୁଖ୍ୟତଃ: ମହିଳାମାନେ ହୋଇଥାନ୍ତି ଯେଉଁମାନେ ଗ୍ରାମୀଣ ଅଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଥାନ୍ତି ।