ରେଳ ବଜେଟ ଆଲୋଚନାରେ ଭାଗନେଇ ରାଜ୍ୟସଭାରେ ଓଡିଶାର ଦାବି ରଖିଲେ ବିଜେଡି ସାଂସଦ ସୁବାସ ସିଂହ

ଭୁବନେଶ୍ୱର  : ଆଜି ରାଜ୍ୟସଭା ଅଧିବେଶନରେ ରେଳ ବିଭାଗ ର ବ୍ୟୟମଞ୍ଜୁର ବିଲ୍ ରେ ଅଂଶଗ୍ରହଣ କରି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଶ୍ରୀ ସୁବାସ ଚନ୍ଦ୍ର ସିଂହ ମହୋଦୟ ଉପାଧ୍ୟକ୍ଷଙ୍କ ଜରିଆରେ ରେଳ ମନ୍ତ୍ରାଳୟ ତଥା ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଙ୍କ ପାଖରେ ନୀଜର ପ୍ରଶ୍ନ ଉପସ୍ଥାପନା କରି କହିଲେ –
ଭୁବନେଶ୍ୱର ରେଳଷ୍ଟେସନ କୁ ଉନ୍ନତିକରଣ କରାଯାଇ ବିଶ୍ୱ ସ୍ତରୀୟ କରିବା ପାଇଁ ଓଡିଶା ସରକାର ସମ୍ପୁର୍ଣ୍ଣ ଖର୍ଚ୍ଚ ନିଜସ୍ୱ ପାଂଠି ରୁ ୨୫୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଏହା ସହିତ ରେଳ ବିଭାଗ ତରଫରୁ ଓଡିଶା ର ୧୧ଟି ଷ୍ଟେସନ କୁ ଆଧୁନିକରଣ ସେବା ଯୋଗାଇ ପାରିବା ଭଳି ପୁନଃନିର୍ମାଣ କରିବା ପାଇଁ ଚିହ୍ନଟ କରାଯାଇଛି ଏଥିମଧ୍ୟରେ – ନୂଆଁ ଭୁବନେଶ୍ୱର (ପଟିଆ), କଟକ, ବ୍ରହ୍ମପୁର ମଧ୍ୟ ରହିଛି କିନ୍ତୁ ଗତ ୩ବର୍ଷ ମଧ୍ୟରେ ଏଥିପାଇଁ କୈଣସି ପଦକ୍ଷେପ ନିଆଯାଇ ନାହିଁ । ଏହି ଉନ୍ନୟନମୂଳକ କାର୍ଯ୍ୟ ଯାହା ଓଡିଶା ଭଳି ଏକ ବିକଶିତ ରଷ୍ଟ୍ର ପାଇଁ ଜରୁରୀ କିନ୍ତୁ ଏହାକୁ ବିଳମ୍ବ କରାଯାଉଛି କାହିଁକି?
ଏହାର ପ୍ରତିଉତରରେ ମାନ୍ୟବର ରେଳମନ୍ତ୍ରୀ ମହୋଦୟ କହିଲେ ଓଡିଶା ଭଳି ରାଜ୍ୟ ରେ ଏକ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ହେଉ ଏହା ପାଇଁ ରେଳମନ୍ତ୍ରାଳୟ ଏକ ଡି.ପି.ଆର୍ ପ୍ରସ୍ତୁତ କରିସାରିଛି । ଆଗକୁ ବିଡିଙ୍ଗ ପ୍ରୋସେସ ପାଇଁ କାର୍ଯ୍ୟ ଚାଲିଛି । ବଳକା ଯେଉଁ ୧୧ଗୋଟି ଷ୍ଟେସନ ର ଉନ୍ନତିକରଣ କାର୍ଯ୍ୟ ତାହାର ମଧ୍ୟ ଡି.ପି.ଆର୍ ପ୍ରେସେସ ପାଇଁ ରହିଛି ଏବଂ ଏହା କୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ସିଂହ ଙ୍କ ପ୍ରଶ୍ନର ଉତର ରଖିଥିଲେ ।