ଶ୍ରଦ୍ଧା ସଞ୍ଜିବନୀ ଶିଶୁଯତ୍ନ ଗୃହରେ ଅନୁଷ୍ଠିତ ହେଲା ନିଆରା ବିବାହ : ଆଶୀର୍ବାଦ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କଲେ କନ୍ୟାଦାନ

ବ୍ରହ୍ମପୁର:ନିଆରା ବାହାଘର । ବ୍ରହ୍ମପୁର ସଞ୍ଜିବନୀ ଡେ କେୟାର ହୋମରେ ଦୁଇ ଏଚଆଇଭି ସଂକ୍ରମିତଙ୍କ ବାହାଘର ହୋଇଛି । ସମ୍ପୂର୍ଣ୍ଣ ବୈଦିକ ରିତିନୀତି ଅନୁଯାୟୀ ହୋଇଛି ବାହାଘର । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କନ୍ୟାଦାନ କରିଥିବା ବେଳେ, ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ । ଏହି ବିବାହ ସମାଜ ପାଇଁ ଉଦାହରଣ ସୃଷ୍ଟି କରିବା ସହ, ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ୫ଟି ସଚିବ ଭି.କେ ପାଣ୍ଡିଆନ୍ କହିଥିଲେ । ନବଦମ୍ପତ୍ତିଙ୍କୁ ୫ଟି ସଚିବ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ନିମନ୍ତ୍ରଣ ଦେଇଥିଲ ।