ରାଜ୍ୟ ସରକାରଙ୍କ ସମସ୍ତ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ

ଭଦ୍ରକରେ ବିଶାଳ ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ

ଭଦ୍ରକ : ଭଦ୍ରକରେ ବିଶାଳ ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଭଦ୍ରକ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଯୁବ ଓ ଛାତ୍ର ନେତାଙ୍କୁ ଗୁରମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ଯୋଗଦେଇ ଛାତ୍ରନେତାଙ୍କୁ ଉତ୍ସାହିତ କଲେ ନବୀନ । ଆଗାମୀ ଦିନରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ତୃଣମୂଳସ୍ତରରେ ଯୁବ ଓ ଛାତ୍ର ନେତା ଓ କର୍ମୀମାନଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ରାଜ୍ୟ ସରକାରଙ୍କ ସମସ୍ତ ବିକାଶମୂଳକ କାର୍ଯ୍ୟ କିପରି କୋଣ ଅନୁକୋଣରେ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଯୁବ ଓ ଛାତ୍ର ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।