ଅଗ୍ନିକାଣ୍ଡରେ ଜଳିଗଲା ୫୦ରୁ ଅଧିକ କାର

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ପୁଣି ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ମିଳିଥିବା ସୂଚନା ଅନୁଯାୟୀ ନୂଆଦିଲ୍ଲୀର ସାଗରପୁର ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଏହାଫଳରେ ୫୦ରୁ ଅଧିକ କାର ଜଳି ଯାଇଛି । ଏ ସଂପର୍କରେ ଖବର ପାଇବାମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେମାନେ ଦୀର୍ଘ ସମୟ ଧରି ନିଆଁ ଲିଭାଇବାଲାଗି ପ୍ରଚେଷ୍ଟା କରିଥିଲେ।ଅବଶେଷରେ ନିଆଁକୁ ନିର୍ବାପିତ କରାଯାଇଥିଲା।ଏଥିଲାଗି ଦମକଳ ବାହିନୀକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

ନିଆଁର ମାତ୍ର ଏତେ ଅଧିକ ଥିଲା ଯେ ତାହା ସ୍ଥାନୀୟ ପୁଲିସ ଷ୍ଟେସନ ନିକଟକୁ ବି ତାହା ବ୍ୟାପି ଯାଇଥିଲା । ଫଳରେ ଥାନା ପରିସରରେ ଆଗରୁ ଜବତ ହୋଇଥିବା ୫୦ରୁ ଅଧିକ କାର ଜଳିଯାଇଥିଲା । କେଉଁ କାରଣରୁ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ତାହା ଏଯାଏଁ ସ୍ପଷ୍ଟଭାବେ ଜଣାଯାଇନାହିଁ। ତେବେ ନୂଆଦିଲ୍ଲୀରେ ଏତେ ସଂଖ୍ୟକ କାର କେବେ ହେଲେ ଏଭଳି ଜଳି ନ ଥିଲା ବୋଲି କୁହାଯାଉଛି।