ଚଣ୍ଡିଗଡ଼: ହରିୟାଣାର କର୍ଣ୍ଣଲ୍ ଜିଲ୍ଲା ଅନ୍ତର୍ଗତ ହରିସିଂହପୁର ଗ୍ରାମରେ ୫୦ ଫୁଟ୍ ଗଭୀର ବୋରେଓ୍ଵଲ ମଧ୍ୟକୁ ପଡ଼ିଯାଇଥିବା ଗୋଟାଏ ପାଞ୍ଚ ବର୍ଷୀୟ ଝିଅକୁ ସୋମବାର ଦିନ ମୃତାବସ୍ଥାରେ ଉଦ୍ଧାର କରାଯାଇଛି।
ଉଦ୍ଧାରକାରୀ ଦଳ ପ୍ରାୟ ୧୦ ଘଣ୍ଟା ଉଦ୍ୟମ କରି ସୋମବାର ସକାଳ ୯: ୩୦ ତାକୁ ଗର୍ତ୍ତ ମଧ୍ୟରୁ ବାହାର କରି କର୍ଣ୍ଣଲ୍ ସିଭିଲ୍ ହସ୍ପିଟାଲ୍କୁ ନେଇଥିଲେ। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ କହିଥିଲେ।ଝିଅଟି ଗର୍ତ୍ତ ମଧ୍ୟରେ ପ୍ରାୟ ୧୬ ଘଣ୍ଟା ରହିବା ପରେ ବାହାର କରାଯାଇଥିଲା ।
ରବିବାର ଦିନ ବିଲରେ ଖେଳୁଥିବା ବେଳେ ଘରୌନ୍ଦା ଅଞ୍ଚଳରେ ଥିବା ତାଙ୍କ ନିଜ ବୋରୱେଲ ମଧ୍ୟକୁ ସେ ଖସିପଡ଼ିଥିବା କଥା ପୁଲିସ କହିଥିଲା। ତାକୁ ନ ଦେଖି ଘରଲୋକେ ଖୋଜାଖୋଜି କରି ଦେଖିଲେ ଯେ ସେ ବୋରୱେଲରେ ପଡ଼ିଯାଇଛି।
ଏ ବିଷୟରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସକୁ ସୂଚନା ଦେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ଏନ୍ଡିଆର୍ଏଫ୍ ଟିମ୍କୁ ମଧ୍ୟ ଏ ବାବଦରେ ଅବଗତ କରାଇ ଦିଆଯାଇଥିଲା।
ବୋରୱେଲ ମଧ୍ୟକୁ ଅମ୍ଳଜାନ ଯୋଗାଣ ଚାଲିଛି। ଉଦ୍ଧାରକାରୀମାନେ କ୍ୟାମେରା ଯୋଗେ ପିଲାଟିର ଅବସ୍ଥିତି ଜାଣିବାକୁ ଚେଷ୍ଟା କରିବା ବେଳେ ତା’ ପାଦ ଦେଖିଛନ୍ତି। ଆଶ୍ୱସ୍ତି ଅନୁଭବ କରିବାକୁ ଗର୍ତ୍ତ ମଧ୍ୟରେ ଥିବା ପିଲାଟି ନିକଟରେ ତା’ ବାପାମାଆଙ୍କ କଥାର ରେକର୍ଡିଙ୍ଗ୍ ବଜା ଯାଉଛି ବୋଲି ପୁଲିସ କହିଥିଲା।