ନୂଆଦିଲ୍ଲୀ: ଏକାଥରେ ମାଡ଼ି ଆସୁଛି ୫ଟି ଟ୍ରପିକାଲ୍ ସାଇକ୍ଲୋନ୍। ଆଣ୍ଟଲାଟିକ୍ ମହାସାଗରରେ ଏହି ଟ୍ରପିକାଲ୍ ସାଇକ୍ଲୋନ୍ ଗୁଡ଼ିକ ସୃଷ୍ଟି ହୋଇଛି। ଇତିହାସରେ ଦ୍ୱିତୀୟ ଥର ପାଇଁ ଏମିତି ଗୋଟିଏ ମହାସାଗରରେ ଏକା ଥରକେ ୫ଟି ଟ୍ରପିକାଲ୍ ସାଇକ୍ଲୋନ୍ ସୃଷ୍ଟି ହୋଇଛି। ଏହାପୂର୍ବରୁ ଆଣ୍ଟଲାଟିକ୍ ମହାସାଗରରେ ୧୯୭୧ ମସିହାରେ ଏଭଳି ୫ ଟି ବାତ୍ୟା ସୃଷ୍ଟି ହୋଇଥିଲା।
ସାଟେଲାଇଟ ଇମେଜରେ ଏବେ ସୃଷ୍ଟି ହୋଇଥିବା ଏହି ଟ୍ରପିକାଲ୍ ସାଇକ୍ଲୋନ୍ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ଏହି ୫ ଟ୍ରପିକାଲ୍ ସାଇକ୍ଲୋନ୍ ଗୁଡ଼ିକ ହେଲା- ଘୂର୍ଣ୍ଣିବଳୟ ପାଉଲେଟ୍, ଘୂର୍ଣ୍ଣିବଳୟ ସାଲି, ଟ୍ରପିକାଲ୍ ଷ୍ଟର୍ମ ଟେଡି, ଟ୍ରପିକାଲ୍ ଷ୍ଟର୍ମ ଭିକି ଓ ଟ୍ରପିକାଲ୍ ଡିପ୍ରେସନ୍ ରେନେ।