ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଖୋଜିବା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲେ ୫ଟି ସଚିବ

ଭୁବନେଶ୍ୱର: ନିଜାମୁଦ୍ଦିନ୍ ରୁ ଫେରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ୍ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ଚିଠିରେ ୫ଟି ସଚିବ ଉଲ୍ଲେଖ କରିଛନ୍ତି ଯେ, ଜିଲ୍ଲାପାଳ ପ୍ରଶାସନ ଓ ପୋଲିସ ନିଜ ସୋର୍ସ ମାଧ୍ୟମରେ ଚିହ୍ନଟ କରନ୍ତୁ । ସେମାନଙ୍କୁ ସାହାସ ଦେବା ସହ ତଥ୍ୟ ଜଣାଇବାକୁ ଆହ୍ୱାନ ଦିଅନ୍ତୁ ।

୫-ଟି ସଚିବ ନିଜାମୁଦ୍ଦିନ ଫେରନ୍ତା ସାମ୍ନାକୁ ଆସିବାକୁ ଧର୍ମଗୁରୁ ଆହ୍ୱାନ ଦିଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ସାମ୍ନକୁ ଆସିଲେ ସରକାର ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିବେ । ସଂପୃକ୍ତ ବ୍ୟକ୍ତି ଓ ପରିବାରକୁ ସଂପୂର୍ଣ୍ଣ ସୁରକ୍ଷା ଓ ସ୍ୱାସ୍ଥ୍ୟାବସ୍ଥା ଯୋଗାଇ ଦିଆଯିବ । ତଥ୍ୟ ଜଣାଇବାରେ ବିଳମ୍ବ କଲେ ସମସ୍ତଙ୍କ ପାଇଁ ସମସ୍ୟା ହେବ । ସଂପୃକ୍ତ ବ୍ୟକ୍ତି, ପରିବାର ଓ ରାଜ୍ୟ ପାଇଁ ମହଙ୍ଗା ପଡ଼ିପାରେ ।