ବାଦାମବାଡିରେ ୫ଟି ସଚିବ ପାଣ୍ଡିଆନ୍

କଟକ: ଆଜି ଭୋର ୪ଟାରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ବାଦାମବାଡିରେ ପହଂଚିଥିଲେ । ଏହାପରେ ସେ ସେଠାକାର ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ । ଏହାବ୍ୟତୀ ରାଜ୍ୟରେ ଥିବା ବଡ ବଡ ବସଷ୍ଟାଣ୍ଡରେ ରହିଥିବା ସମସ୍ୟା ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିବା ଜଣାପଡିଛି । ବିଶେଷ କରି ବସଷ୍ଟାଣ୍ଡରେ ବସ୍ ରହିବା ସ୍ଥଳ, ପିଇବା ପାଣି, ଟ୍ରାଫିକ୍ ପରିଚାଳନା ଭଳି ସମସ୍ୟା ରହିଛି । ଆହୁରି ମଧ୍ୟ ସୂଚନା ମିଳିଛି ଯେ ବାଦାମବାଡ଼ିର ବସଷ୍ଟାଣ୍ଡ ଖାନନଗର ଅଂଚଳକୁ ଉଠାଇ ନିଆଯିବ।

ବାଦାମବାଡ଼ି ବସଷ୍ଟାଣ୍ଡ ସହ ତାଳଦଣ୍ଡା କେନାଲ, ଯୋବ୍ରା, ରାଣୀହାଟ ଅଂଚଳର ଜଳ ନିଷ୍କାସନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପାଣ୍ଡିଆନଙ୍କ ସହ ପୋଲିସ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ, ପୂର୍ତ ସଚିବ କ୍ରିଷନ୍ କୁମାର, କଟକ ଜିଲ୍ଲାପାଳ ଏବଂ ଆରଡିସି ମଧ୍ୟ ଏସବୁ ସ୍ଥାନର ସମସ୍ୟା ନେଇ ଅନୁଧ୍ୟାନ କରିଛନ୍ତି । ଫାଇଭ୍ ଟି ସଚିବ ଭି କେ ପାଣ୍ଡିଆନଙ୍କ ଏହି ଅନୁଧ୍ୟାନ ପରେ ବାଦାମବାଡ଼ି ବସଷ୍ଟାଣ୍ଡର ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ଆଶା କରାଯାଉଛି ।

କଟକର ବଡ଼ ମେଡିକାଲକୁ ବିଶ୍ବସ୍ତରୀୟ କରାଯିବା  ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ତା’ଛଡ଼ା କଟକର ରିଙ୍ଗରୋଡକୁ ଛଅଥାକିଆ କରାଯିବାର ଶିଳାନ୍ୟାସ ବି ହୋଇଛି। ଏହାପରେ ବାଦାମବାଡ଼ି ବସଷ୍ଟାଣ୍ଡର ଉନ୍ନତୀକରଣ ଲାଗି ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।