ଭାରତ ଆକାଶରେ ୫ ରାଫେଲ ବିମାନ

ନୂଆଦିଲ୍ଲୀ: ଆସୁଛି ମହାରକ୍ଷକ । ଭାରତୀୟ ବାୟୁସେନାର ବାହୁବଳୀ ଯୁଦ୍ଧ ବିମାନ ରାଫେଲ ବର୍ତ୍ତମାନ ଭାରତୀୟ ବାୟୁ ସୀମାରେ ପ୍ରବେଶ କରିସାରିଛି । ୫ ଟି ରାଫେଲ ବିମାନକୁ ଦୁଇଟି ସୁଖୋଇ-୩୦ ବିମାନ ଏସକର୍ଟ ଦେଉଛି । ଆଉ କିଛି ସମୟ ପରେ ଏହା ଅମ୍ବାଲା ଏୟାରବେସରେ ଲ୍ୟାଣ୍ଡିଂ କରିବ ।

ଭାରତୀୟ ସୀମାରେ ପ୍ରବେଶ ପରେ ରାଫେଲ ବିମାନଗୁଡିକୁ ଆଇଏନଏସ କୋଲକାତା ପକ୍ଷରୁ ସ୍ୱାଗତ କରାଯାଇଛି । ଏହାପରେ ଦୁଟି ସୁଖୋଇ ଯୁଦ୍ଧ ବିମାନ ୫ ଟି ରାଫେଲ ବିମାନକୁ ଏସକର୍ଟ କରି ଅମ୍ବାଲା ଏୟାରବେସ ଅଭିମୁଖେ ଆଣୁଛନ୍ତି ।

ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ରାଫେଲ ଯୁଦ୍ଧ ବିମାନ । ତେବେ ରାଫେଲକୁ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ୱାଗତ କରାଯାଇଛି ।