କମ୍ବିଂ ଅପରରେସନ : ୫ ନକ୍ସଲ ନିହତ

କୋରାପୁଟ:  ମାଓ-ବିରୋଧୀ ଅଭିଯାନରେ  ପୁଲିସକୁ ବୁଧବାର ପୁଣି ଥରେ ବଡ଼ ସଫଳତା ମିଳିଛି। କୋରାପୁଟ ପୁଲିସ ନକ୍ସଲ କାର୍ଯ୍ୟକଳାପ ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ବଳରେ ଆଜି ଏସ୍‌ଓଜି ଯବାନଙ୍କ କମ୍ବିଂ ଅପରରେସନ ସମୟରେ ପୁଲିସ ସହ ମୁହାଁମୁହିଁ  ହୋଇ  ୩ ଜଣ ମହିଳା କ୍ୟାଡରଙ୍କ ସମେତ ୫ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ମହିଳା କ୍ୟାଡର ମାଓବାଦୀ ସାମିଲ ବୋଲି ଏଡିଜି ଆର.ପି କୋଚେ ସୂଚନା ଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଏସ୍‌ଓଜି ଯବାନଙ୍କ କମ୍ବିଂ ଅପରରେସନ ଜାରି ରହିଛି।

ରିପୋର୍ଟ ଅନୁସାରେ କୋରାପୁଟ ଜିଲ୍ଲାର ପଡୁଆ ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ପ୍ରାୟ ୧୫ ଜଣ ମାଓବାଦୀ ଲୁଚିଥିବା ସଂପର୍କିତ ସୂଚନା ପୁଲିସକୁ  ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଏସଓଜି ଯବାନମାନେ ଯୋଜନା ପ୍ରସ୍ତୁତ କରି କମ୍ବିଂ ଅପରେସନ ଆରମ୍ଭ କରିଥିଲେ। କମ୍ବିଂ ବେଳେ ଗୁଳିବିନିମୟରେ ମାଓବାଦୀ ନିହତ ହୋଇଥିଲେ ବୋଲି ଏସ୍‌ପି ଡ. କେଭି ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏନ୍‌କାଉଣ୍ଟରସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। କମ୍ବିଂ ଅପରେସନ୍‌ ଏବେ ବି ଜାରି ରହିଛି।