ଭୁବନେଶ୍ୱର: ଓଡ଼ିଶାରେ ଆଉ ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି ରାତିରେ ଏ ନେଇ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
It is indeed a pleasure to share that another FIVE Covid patients, all of Bhubaneswar, have recovered and tested negative for COVID-19.
With the combined efforts of all, Odisha is winning the fight against Covid!
— H & FW Dept Odisha (@HFWOdisha) April 13, 2020
ଟ୍ୱିଟ୍ କରାଯିବା ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି, “ଆମେ ଖୁସିର ସହ ଜଣାଇବାକୁ ଚାହୁଁଛୁ ଯେ, ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୫ ଜଣ କୋଭିଡ୍-୧୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ଏବଂ ସେମାନଙ୍କ ନମୁନା ନେଗେଟିଭ୍ ଆସିଛି। ସମସ୍ତଙ୍କ ପ୍ରୟାସ କ୍ରମେ ଓଡ଼ିଶା କରୋନା ଲଢ଼େଇ ଜିତୁଛି।”