ଆନ୍ଧ୍ର କ୍ୟାବିନେଟରେ ରହିବେ ୫ ଉପମୁଖ୍ୟମନ୍ତ୍ରୀ: ଜଗନଙ୍କ ଐତିହାସିକ ନିଷ୍ପତ୍ତି

ବିଜୟନଗର: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ୫ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନୁସଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ଜାତି, ସଂଖ୍ୟାଲଘୁ ଏବଂ କାପୁ ସମୁଦାୟରୁ ଜଣେ ଜଣେ ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବେ। ଶୁକ୍ରବାର ୱାଇଏସଆର କଂଗ୍ରେସର ଦଳୀୟ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ତେବେ କୌଣସି ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ରେ ୫ ଜଣ ଉପମୁଖ୍ୟମନ୍ତ୍ରୀ ରହିବା ଭାରତ ଇତିହାସରେ ପ୍ରଥମ ଘଟଣା ହେବ।ବୈଠକରେ ଜଗନ ନିଜ ଯୋଜନାଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଜଗନ କହିଥିଲେ ଅଢ଼େଇ ବର୍ଷ ପରେ କ୍ୟାବିନେଟରେ ଅଦଳବଦଳ କରାଯିବ। ଲୋକଙ୍କ ଅଭିଯୋଗ ପ୍ରତି ଧ୍ୟାନ ଦେବାକୁ ସେ ଦଳୀୟ ବିଧାୟକମାନଙ୍କୁ କହିଥିଲେ। ତାଙ୍କ ପ୍ରଦର୍ଶନକୁ ଲୋକମାନେ ଅତି ନିକଟରୁ ନିରୀକ୍ଷଣ କରୁଛନ୍ତି। ତେଣୁ ପୂର୍ବରୁ ଥିବା ସରକାର ଏବଂ ବର୍ତ୍ତମାନର ସରକାର ମଧ୍ୟରେ ରହିଥିବା ଅନ୍ତରକୁ ସେ ଲୋକଙ୍କୁ ଦେଖାଇବାକୁ ଚାହୁଁଛନ୍ତି ବୋଲି ଜଗନ କହିଛନ୍ତି।