ଗୁଜୁରାଟର ଏକ ଗ୍ୟାସ୍ ପ୍ଲାଂଟରେ ବିସ୍ଫୋରଣ: ୫ମୃତ

ବଡୋଦରା: ଗୁଜୁରାଟର ବଡୋଦରାରେ ଏକ ଗ୍ୟାସ୍ ପ୍ଲାଂଟରେ ବିସ୍ଫୋରଣ ଘଟି ୫ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ଜଣାପଡିଛି ।

ଦିନ ପ୍ରାୟ ୧୧ଟା ବେଳେ ପାଡ୍ରାସ୍ଥିତ ଏହି ଗ୍ୟାସ୍ ପ୍ଲାଂଟରେ ବିସ୍ଫୋରଣ ହୋଇଥିଲା।  ଦୁର୍ଘଟଣା ସଂପର୍କରେ ଖବର ପାଇବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମା‌ନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ। ତେବେ ଏ ପର୍ଯ୍ୟନ୍ତ ସେଠାରେ  ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ସୂଚନା ମୁତାବକ, ବିସ୍ଫୋରଣ ଘଟିଥିବା କମ୍ପାନିରେ ବିଭିନ୍ନ ପ୍ରକାରର ଗ୍ୟାସର ଉତ୍ପାଦନ କରାଯାଇଥାଏ। ତେବେ ଏତେ ବଡ଼ ବିସ୍ଫୋରଣ ଘଟିବା ପଛର କାରଣ ସ୍ପଷ୍ଟ ହୋଇପାରି ନାହିଁ।