ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ରାଜ୍ୟ ସରକାର ବୃଦ୍ଧି କଲେ ୫% ମହଙ୍ଗା ଭତା

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ଖୁସି ଖବର । ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ୫% ମହଙ୍ଗା ଭତା ବୃଦ୍ଧି କରିଛନ୍ତି ।

ଆଜି ଏହି ମହଙ୍ଗା ଭତା ଉପରେ ମୋହର ଲାଗିଛି । ଏହି ୫% ମହଙ୍ଗା ଭତା ଚଳିତବର୍ଷ ଜାନୁୟାରୀରୁ ଲାଗୁ ହେବ । ଗତକାଲି ସପ୍ତମ ବେତନ କମିଶନଙ୍କ ଦ୍ୱାରା ବକେୟା ଦରମାର ୧୦ ପ୍ରତିଶତ ପ୍ରଦାନ ନେଇ ଘୋଷଣା କରିଥିଲେ ।