ସୁସ୍ଥ ହେଲେ ରାଜ୍ୟର ଆଉ ୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗତକାଲିଠାରୁ ରାଜ୍ୟରେ ଆକ୍ରାନ୍ତଙ୍କ ସଠଖ୍ୟା ବୃଦ୍ଧି ପାଉଥିବା ନେଇ ସରକାରଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଥିବାବେଳେ ଆଜି ଆସିଛି ଖୁସି ଖବର । ରାଜ୍ୟରେ ଆଉ ୫ କେରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଖବର ମିଳିଛି । ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨୯ଜଣ ଆରୋଗ୍ୟ ଲାଭ କରିସାରିଲେଣି ।

ଆଜି ଆରୋଗ୍ୟଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରୁ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇଛି ।