ରାସ୍ତାତଳକୁ ଖସିଗଲା ଟ୍ରକ୍‌: ୫ ଗୋରୁ ମୃତ

ଢେଙ୍କାନାଳ: ଢେଙ୍କନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଧନିଆନାଳି ଠାରେ ଏକ ଗୋରୁ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯିବାରୁ ୫ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରେ ଏହି ଘଟଣା ଘଟିଛି। ଟ୍ରକ୍‌ଟି ଭଦ୍ରକ ଯାଉଥିବା ଜଣାପଡ଼ିଛି।

ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ଅନ୍ୟ ଗୋରୁଗୁଡ଼ିକ ବାହାରି ପଳାଇଥିଲେ। ସେହିପରି ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲ୍‌ପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।