ସୁସ୍ଥ ହେଲେ ଜଗତସିଂହପୁରର ସମସ୍ତ ୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟ ପାଇଁ ଆଶ୍ୱସ୍ଥି । ଜଗତସିଂହପୁର ଜିଲ୍ଲାର ସମସ୍ତ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।

ସୂଚନାଯୋଗ୍ୟ, ସୁସ୍ଥଙ୍କ ମଧ୍ୟରେ ଜଣେ ୭୦ବର୍ଷୀୟ ବୃଦ୍ଧ ଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି । ୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୬୪୭ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଛନ୍ତି।