ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା । ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନା ପଜିଟିଭ କେସ୍ ହଜାରେ ପାର୍ କରିଥିବା ବେଳେ ଆଉ ୫ ଜଣଙ୍କର ପ୍ରାଣ ନେଇଛି ମାରାତ୍ମକ ଭାଇରସ୍ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି ।
Regret to inform the demise of five Covid positive patients while under treatment in hospitals.
1. A 72 year old Male of Gajapati district who was also suffering from Diabetes, Hypertension and Coronary Artery Disease
— H & FW Dept Odisha (@HFWOdisha) July 22, 2020
ମୃତକଙ୍କ ଭିତରେ ଚାରି ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । କନ୍ଧମାଳ ଜିଲ୍ଲାରେ କରୋନାରେ ଗଡ଼ିଲା ପ୍ରଥମ ମୁଣ୍ଡ । ମଧୁମେହ ଓ ଫୁସଫୁସ ରୋଗରେ ପୀଡ଼ିତ ଜଣେ ୮୬ ବର୍ଷୀୟ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି ।
Regret to inform the demise of five Covid positive patients while under treatment in hospitals.
1. A 72 year old Male of Gajapati district who was also suffering from Diabetes, Hypertension and Coronary Artery Disease
— H & FW Dept Odisha (@HFWOdisha) July 22, 2020
ଗଞ୍ଜାମ ଜିଲ୍ଲାରେ ଆଉ ୩ ମୁଣ୍ଡ ନେଇଛି କରୋନା । ମୃତକଙ୍କ ଭିତରେ ଜଣେ ୪୦ ବର୍ଷୀୟ ମହିଳା, ୬୧ ବର୍ଷୀୟ ପୁରୁଷ ଓ ୬୦ ବର୍ଷୀୟ ପୁରୁଷ ଅଛନ୍ତି । ସେମାନଙ୍କର ଡାଏବେଟିସ୍ ଓ ଉଚ୍ଚ ରକ୍ତଚାପ ଥିଲା । ଗଞ୍ଜାମ ଜିଲ୍ଲାରେ ୬୨କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା ।
5. A 86 year old Male of Kandhamal district who was also suffering from Diabetes and Chronic Obstructive Pulmonary Disease.
— H & FW Dept Odisha (@HFWOdisha) July 22, 2020
ଗଜପତି ଜିଲ୍ଲାର ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ ଜୀବନ ନେଇଛି କରୋନା । ତାଙ୍କର ଡାଏବେଟିସ୍, ଉଚ୍ଚ ରକ୍ତଚାପ ଥିଲା । ଏହାସହ ଗଜପତି ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି ।