ଆଜି ଚିହ୍ନଟ ହୋଇଥିବା ୭ ରୁ ଭଦ୍ରକରୁ ୫ ଓ ବାଲେଶ୍ୱରରୁ ୨

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବା ୭ କରୋନା ପଜିଟିଭ୍ ମଧ୍ୟରୁ ୫ଜଣ ଭଦ୍ରକର ହୋଇଥିବାବେଳେ ୨ଜଣ ବାଲେଶ୍ୱରରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ନିକଟରେ କେନ୍ଦ୍ର ସରକାର ୧୪ ଦିନ ହେଲା ଓଡ଼ିଶାର ପୁରୀ ଓ ଭଦ୍ରକରୁ କୌଣସି କରୋନା ରୋଗୀ ଚିହ୍ନଟ ହୋଇ ନଥିବା କହିଥିଲେ। ତେବେ ଏହି ଘୋଷଣାର ଦୁଇ ଦିନ ପରେ ଅର୍ଥାତ ଦୀର୍ଘ ୧୬ ଦିନ ପରେ ଭଦ୍ରକରୁ ଏକାଥରକେ ୫ ଜଣ କରୋନା ରୋଗୀ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।