କଟକର ୪ ପରିବା ବଜାର ହେଲା ସ୍ଥାନାନ୍ତର

କଟକ: କରୋନା ସଂକ୍ରମଣକୁ ରୋକିବା ପାଇଁ କଟକ ସହରର ୪ଟି ପରିବା ବଜାରକୁ କମିଶନରେଟ୍ ପୋଲିସ ସ୍ଥାନାନ୍ତର କରିଛି । ନୟାସଡ଼କରେ ବସୁଥିବା ମାର୍କେଟ ଶିଶୁଭବନ ସାମ୍ନା ରିଙ୍ଗରୋଡକୁ ସ୍ଥାନାନ୍ତର କରାଯାଇଛି। ବାଲୁବଜାରର ଦୋକାନୀ ୧୨ ଫୁଟ୍‌ ବ୍ୟବଧାନରେ ବସିବେ। କୃଷକ ବଜାରର ପରିବା ମାର୍କେଟ ଅଶ୍ୱିନୀ ହସ୍ପିପିଟାଲ ନିକଟ ୪ ଲେନ୍‌କୁ ସ୍ଥାନାନ୍ତର ହୋଇଛି। ନୂଆବଜାର ପରିବା ମାର୍କେଟ ଟିଓପି ନିକଟ ପଡ଼ିଆକୁ ସ୍ଥାନାନ୍ତର ହୋଇଛି ।

ସେହିପରି ଛତ୍ରବଜାର ପରିବା ମାର୍କେଟ ଖାନନଗର ନିକଟ ୨ଟି ଖୋଲା ପଡ଼ିଆକୁ ସ୍ଥାନାନ୍ତର ହୋଇଛି। ତେବେ ଛତ୍ରବଜାରର ଅନ୍ୟ ସମସ୍ତ ଦୋକାନ ଯେଉଁଠି ଅଛି ସେଇଠି ଖୋଲା ରହିବ। ଏହାବ୍ୟତୀତ ଅନ୍ୟ ପରିବା ଦୋକାନୀମାନେ ନିକଟସ୍ଥ ପଡ଼ିଆରେ ବସିବେ।