୪ର୍ଥ ପର୍ୟ୍ୟାୟ ନିର୍ବାଚନ: ଦିନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ

ଭୁବନେଶ୍ୱର : ରାଜ୍ୟରେ ଅନ୍ତିମ ପର୍ୟ୍ୟାୟ ନିର୍ବାଚନରେ ଦିନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପୁରୀ ଜିଲା କାକଟପୁରରେ ୫୧.୩୪ ଏବଂ ନିମାପଡାରେ ୫୨.୭୨ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ସକାଳ ୭ଟା ରୁ ୪ର୍ଥ ପର୍ୟ୍ୟାୟ ନିର୍ବାଚନ ଆରମ୍ଭ ହୋଇଥିଲା । ସକାଳ ୯ଟା ସୁଦ୍ଧା ୯ ପ୍ରତିଶତ ମତଦାନ ହୋଇଥିବା ବେଳେ ଦିନ ୧୧ଟା ​ ସୁଦ୍ଧା ୧୭ ପ୍ରତିଶତ ମତଦାନ ହୋଇଥିଲା। ଦିନ ୧ଟା ସୁଦ୍ଧା ୩୫ ପ୍ରତିଶତ ମତଦାନ ହୋଇଥିଲା ।