ଭାରତରେ ବୃଦ୍ଧି ପାଉଛି କୋରୋନା ଭାଇରସ୍ ; ୪୯୮ରେ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୯ଜଣ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏଯାବତ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୯୮ରେ ପହଂଚିଲାବେଳେ ମୃତ୍ୟୁ ସଂଖ୍ୟାରେ ୯କୁ ବୃଦ୍ଧି ପାଇଥିବା ଜଣାପଡିଛି ।

କୋରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱର ଚିନ୍ତା ବଢ଼ିଯାଇଛି । ବିଶ୍ୱର ୧୯୨ଟି ଦେଶକୁ ଏହି ମହାମାରୀ କୋରୋନା ବ୍ୟାପିଲାଣି । କେନ୍ଦ୍ର ସରକାର କୋରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।  ତେଣୁ କୋରୋନା ବ୍ୟାପିବା ଉପରେ ରୋକ ଲଗାଇବା ପାଇଁ ଭାରତର ଅନେକ ସହରରେ କଟକଣା ଜାରି କରାଯାଇଛି । ପ୍ରାୟ ସବୁ ରାଜ୍ୟକୁ ଲକ ଡାଉନ କରାଯାଇଛି ।  ଦେଶରେ ଆଜି ସକାଳ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯୮ ଛୁଇଁଛି । ମହାରାଷ୍ଟ୍ର ଓ  କେରଳରେ ଅଧିକ କୋରୋନା ଆକ୍ରାନ୍ତ ରହିଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ୪୦ରୁ ଅଧିକ ଜଣ  ବିଦେଶୀ ନାଗରିକ ରହିଛନ୍ତି । ଏଯାଏଁ ଭାରତରେ କୋରୋନା ଭାଇରସରେ ଆକ୍ରାନ୍ତ ଥବା ୯ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।