ପ୍ରଦୀପଙ୍କ ବହିଷ୍କାରରେ ସେଲିବ୍ରେସନ : ଗଞ୍ଜାମରେ ବାଣ ଫୁଟା ଓ ମିଠା ବଣ୍ଟା

ସାନଖେମୁଣ୍ଡି ରାଣୀ ନନ୍ଦିନୀ ଦେବୀଙ୍କ ସମର୍ଥକ ପାଳିଲେ ଅଦିନିଆ ଦୀପାବଳୀ

ବ୍ରହ୍ମପୁର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେବା ପରେ ଗଞ୍ଜାମରେ ଆରମ୍ଭ ହୋଇଛି ସେଲିବ୍ରେସନ । ସାନଖେମୁଣ୍ଡି ରାଣୀ ତଥା ପୂର୍ବତନ ବିଧାୟୀକା ନନ୍ଦିନୀ ଦେବୀଙ୍କ ସମର୍ଥକ ବାଣ ଫୁଟାଇ ଓ ମିଠା ବାଣ୍ଟି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସାନଖେମୁଣ୍ଡିରେ ବିରୋଧୀ ଖୁସି ମନାଇଛନ୍ତି। ଧରାକୋଟ ରାଜମାତା ତଥା ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଗତ ନିର୍ବାଚନରେ ପରାଜୟ ପାଇଁ ତାଙ୍କ ସମର୍ଥକମାନେ ପ୍ରଦୀପଙ୍କୁ ଦାୟୀ କରିଥିଲେ। ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିଲେ ନନ୍ଦିନୀ ଦେବୀ। ୨୦୧୯ ସାଧାରଣ ନିର୍ବାଚନରେ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ରମେଶ ଚନ୍ଦ୍ର ଜେନାଙ୍କଠୁ ରାଣୀ ହାରିଥିଲେ।