ବଢିଲା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ : ଗିରଫ ଦାବି ନେଇ ରାସ୍ତାକୁ ଓହ୍ଲାଇଲା ବିଜେପି

ବ୍ରହ୍ମପୁର: ଜନ ବିରୋଧୀ କାମ ପାଇଁ ବିଜେଡିରୁ ତଡା ଖାିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲାଗି ଅଡୁଆ ବଢୁଛି । ଟାଟା କମ୍ପାନୀ ନାଁରେ ଚାକିରୀ ଦେବାକୁ କହି ହୋିଇଥିବା ଠକେଇର ତଦନ୍ତ କରିବା ସହ ପାଠକ ବାପ-ପୁଅଙ୍କ ପରି ପ୍ରଦୀପଙ୍କୁ ଗିରଫ କରିବା ଦାବିନେଇ ରାସ୍ତାକୁ ଓହ୍ଲାଇଛି ଗଞ୍ଜାମ ଜିଲ୍ଲା ବିଜେପି । ବିଜେପି ପକ୍ଷରୁ ଏନେଇ ଏସପିଙ୍କ ନିକଟରେ ଦାବି ପତ୍ର ବି ଦେଇଛି ଦଳ ।  ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ୱରେ ଏସପିଙ୍କୁ ବିଜେପିର ଏକ ପ୍ରତିନିଧି ଦଳ ଭେଟିଛନ୍ତି । ଭାବୀ ଜ୍ୱାଇଁ ଆକାଶଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଶହ ଶହ ଯୁବକଙ୍କୁ ଠକିଥିବା ଅଭିଯୋଗ କରିଛି ବିଜେପି । ଚାକିରି କରାଇଦେବା ନାଁରେ ସ୍ଥାନୀୟ ଯୁବକଙ୍କୁ ଠକିଛନ୍ତି ପ୍ରଦୀପ ପାଣିଗ୍ରାହୀ । ୬୮ ଜଣ ଯୁବକଙ୍କୁ ନକଲି ନିଯୁକ୍ତି ପତ୍ର ଦେଇ ଆକାଶଙ୍କ ସହ ମିଶି ପ୍ରଦୀପ ଠକିଥିବା ଅଭିଯୋଗ ହୋଇଛି । ପ୍ରଦୀପଙ୍କ ଭାଇ ଦିଲୀପ ପାଣିଗ୍ରାହୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି । ମଦ ମାଫିଆ ସୂର‌୍ୟ୍ୟ ସାହୁଙ୍କ ସହ ସେମାନଙ୍କର ସମ୍ପର୍କ ରହିଥିବା ଅଭିଯୋଗ କରିଛି ବିଜେପି । ପାଠକ ବାପା-ପୁଅଙ୍କ ଗିରଫ ପରେ ପାଟି ନଖୋଲିବାକୁ ପ୍ରଦୀପ ପ୍ରତାରଣାର ଶିକାର ଯୁବକମାନଙ୍କୁ ଧମକ ଦେଉଛନ୍ତି । ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଧମକ ଦେଉଥିବା ଅଭିଯୋଗ ଅଭିଯୋଗ କରିଛି ବିଜେପି ।