ଭୁବନେଶ୍ୱର: ରାଜ୍ୟର ୩ଟି ନୂଆ ମେଡିକାଲ କଲେଜର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସମୀକ୍ଷା କରିଛନ୍ତି। ତାଳଚେର, ସୁନ୍ଦରଗଡ଼ ଓ ପୁରୀରେ ନିର୍ମାଣାଧୀନ ୩ଟି ନୂଆ ମେଡିକାଲ କଲେଜକୁ ଆସନ୍ତାବର୍ଷ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଡିସେମ୍ବର ସୁଦ୍ଧା ନିର୍ମାଣ କାମ ଶେଷ କରି ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମ୍ସିଆଇ)କୁ ଜଣାଇବା ପାଇଁ କହିଛନ୍ତି।
ଅାଜିମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସହ ରାଜ୍ୟରେ ତିନଟିିନୂଅା ଭେଷଜ ମହାବିଦ୍ୟାଳୟ ଓ
ଡ଼ାକ୍ତରଖାନାର ପ୍ରତିଷ୍ଠା କାର୍ଯ୍ୟରେ ଉଲେ୍ଲଖନୀୟ ଅଗ୍ରଗତି ହାସଲ ହୋଇଛି । ରାଜ୍ୟ ଲୋକସେବା ଭବନରୁଡ଼ିଜଟିାଲ୍ମୋଡ୍ରେ ଅନୁଷ୍ଠତି ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତରି ିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ମହାବିଦ୍ୟାଳୟ ଗୁଡିକ ବିଷୟରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ । ତାଳଚେରଠାରେ ନିର୍ମାଣାଧିନ ମହାନଦୀ ଭେଷଜ ବଜ୍ଞିାନ ଓ ଗବେଷଣା ପ୍ରତିଷ୍ଠାନ, ସୁନ୍ଦରଗଡର ଭେଷଜ ମହାବିଦ୍ୟାଳୟ ଓ ଡ଼ାକ୍ତରଖାନା ଏବଂ ପରୁୀଠାରେ ନମିର୍ାଣାଧିନ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଡ଼ାକ୍ତରଖାନାର ଅଗ୍ରଗତି ବିଷୟ ବୈଠକରେ ସମୀକ୍ଷା ହୋଇଥିଲା । ଏହିସବୁଅନୁଷ୍ଠାନରେ ଉଚ୍ଚସ୍ତରୀୟ ବିଶେଷଜ୍ଞ ଚକିିସା ଉପଲବ୍ଧ ହେବ । ପୁରୀ ମେଡିକାଲ କଲେଜରେ ୨୦୨୧-୨୨ ବର୍ଷରୁ ନାମଲେଖା ଅାରମ୍ଭ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏଥିରେ ପ୍ରତିବର୍ଷ ୧୦୦ ଡ଼ାକ୍ତରୀ ଛାତ୍ର ନାମ ଲେଖାଇ ପାରିବେ । ସେହିପରିଏମ୍.ସି.ଏଲ୍. ସହଯୋଗିତାରେ ତାଳଚେରରେ ନମି ର୍ାଣ ହେଉଥିବା କଲେଜରେ
ମଧ୍ୟ ପ୍ରତି ବର୍ଷ ୧୦୦ ଜଣ ଛାତ୍ର ଛାତ୍ରୀ ନାମ ଲେଖାଇ ପାରିବେ । ଏହି ମେଡିକାଲ କଲେଜକୁ ଏକ ଟ୍ରଷ୍ଟ ମାଧ୍ୟମରେ ପରିଚାଳନା କରାଯିବ । ସୁନ୍ଦରଗଡ଼ ଜିଲ୍ଲାରେ ଏନ୍.ଟି.ପ.ିସି. ସହଯୋଗିତାରେ ନିର୍ମାଣ ହେଉଥିବା ଭେଷଜ ମହାବିଦ୍ୟାଳୟରେ ପ୍ରତି ବର୍ଷ ୧୦୦ ଡ଼ାକ୍ତରୀ ଛାତ୍ର ନାମ ଲେଖାଇ ପାରିବେ । ଡ଼ସେମ୍ବର ଶେଷ ସୁଦ୍ଧା ନମି ର୍ାଣ ଓ ସରଞ୍ଜାମ ସ୍ଥାପନ ଅାଦି ଶେଷ କରିନାମ ଲେଖା ନମି ନେ୍ତ ମେଡ଼ିକାଲ୍କାଉନ୍ସିଲ୍ ଅଫ୍ଇଣ୍ଡଅିାର ଅନେୁମାଦନ ପାଇଁ ପ୍ରକ୍ରିୟା ତ୍ୱରାନିତ୍ବ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିଦେ୍ର୍ଦଶ ଦେଇଥିଲେ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ଭେଷଜ ଶିକ୍ଷା ଓ ତାଲିମ ନେିଦ୍ର୍ଦଶକ ଡ଼ାକ୍ତର ସି.ବ.କେ. ମହାନ୍ତିଙ୍କ ସମେତ ସଂପୃକ୍ତ ି ବିଭାଗ, ଏନ୍.ଟି.ପ.ିସି. ଓ ଏମ୍.ସି.ଏଲ୍.ର ବରିଷ୍ଠ ଅଧିକାରୀମାନେ ବୈଠକର ଅାଲୋଚନାରେ ଅଂଶଗ୍ରହଣ କରିଥିଲେ ।