ଭୁବନେଶ୍ୱର: କମିଶନରେଟ୍ ପୁଲିସର ‘ପୁଲିସ ସେବା ଭବନ’ ୪୮ ଘଣ୍ଟା ପାଇଁ ବନ୍ଦ। ଆସନ୍ତାକାଲି ଅର୍ଥାତ ୧୧ ତାରିଖ ସକାଳ ୯ଟାରୁ ୧୩ ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟରେ କର୍ମଚାରୀ ଓ ସାଧାରଣ ଲୋକେ କାର୍ଯ୍ୟ ଭିତରକୁ ଯାଇପାରିବେ ନାହିଁ। ବନ୍ଦ ସମୟ ମଧ୍ୟରେ ସଂପୂର୍ଣ୍ଣ କୋଠାକୁ ସାନିଟାଇଜ କରାଯିବ। ଏନେଇ ନେଇ ଟ୍ୱିଟ୍ କରି ସୂଚନା ଦେଲା କମିଶନରେଟ୍ ପୁଲିସ। କରୋନା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି।
Police Seva Bhawan will remain closed for staff and visitors for 48 hours from 9 AM of 11 July to 9 AM of 13 July as a preventive measure coinciding with official holidays on second Saturday & Sunday. Prior to closure building will be sanitized. @SarangiSudhansu @anupkumarsahoo
— COMMISSIONERATE POLICE (@cpbbsrctc) July 10, 2020
କରୋନା ସ୍ଥିତିକୁ ଦେଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଉଦ୍ବେଗଜନକ ସ୍ଥିତିରେ ରହିଛି। ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରେ ୬୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୮୬ ଜଣ କରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।