ଆଜି ଚିହ୍ନଟ ହୋଇଥିବା ୪୮ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଓଡ଼ିଶାରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ‌। ଆଜି ରାଜ୍ୟରେ ୪୮ ଟି ନୂଆ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।

ଆଜି ଚିହ୍ନଟ ହୋଇଥିବା ସମସ୍ତ ୪୮ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ତେବେ ସ ୧୨ ସଂକ୍ରମିତଙ୍କ ସୁରତ ଲିଙ୍କ୍ ଥିବା ଜଣାପଡିଛି । ଗଂଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା । ୧୨ ଆକ୍ରାନ୍ତ ସଂଗରୋଧରେ ଥିଲେ ।

ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୧୨ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ୭ ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ୨ ଆକ୍ରାନ୍ତ ସୁରତ ଫେରନ୍ତା।  ଏବଂ ଜଣେ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା ବୋଲି ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ତେବେ ସମସ୍ତ କରୋନା ଆକ୍ରାନ୍ତ କ୍ୱାରେଂଟିନରେ ଥିବା ବେଳେ ମହାରାଷ୍ଟ୍ର ଫେରନ୍ତା ହୋମ୍ କ୍ୱାରେଂଟିନରେ ରହିଥିବା ସୂଚନା ମିଳିଛି । ସେହିଭଳି ପୁରୀରୁ ଚିହ୍ନଟ ହୋଇଥିବା ସମସ୍ତ ୧୦ କରୋନା ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ସମସ୍ତଙ୍କୁ ସଂଗରୋଧରେ ରଖାଯାଇଥିଲା । ନୟାଗଡର ୩ ନୂଆ ଆକ୍ରାନ୍ତ ଏବଂ ଯାଜପୁରରୁ ଚିହ୍ନଟ ହୋଇଥିବା ୨ ନୂଆ ଆକ୍ରାନ୍ତ ମଧ୍ୟ ସୁରତ ଫେରନ୍ତା ବୋଲି ଜଣାପଡିଥିବା ବେଳେ ସମସ୍ତ ଆକ୍ରାନ୍ତ ସଂଗରୋଧରେ ରହିଥିଲେ ବୋଲି ଜଣାପଡିଛି।

କଟକ, ସୁନ୍ଦରଗଡ, ଦେବଗଡରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଅହମଦାବାଦ ଫେରନ୍ତା ଏବଂ ସେମାନଙ୍କୁ କ୍ୱାରେଂଟିନରେ ରଖାଯାଇଥିଲା । ତେବେ ଭଦ୍ରକରୁ ଚିହ୍ନଟ ସମସ୍ତ ୬ ନୂଆ ଆକ୍ରାନ୍ତଙ୍କ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା ଏବଂ ସେମାନେ ସମସ୍ତେ ସଂଗରୋଧରେ ଥିଲେ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।