ଆଜି ରାଜ୍ୟରେ ସର୍ବାଧିକ ୪୭୬୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ ମହାମାରୀରୁ ଆଜି ଗୋଟିଏ ଦିନରେ ସର୍ବାଧିକ ୪ ହଜାର ୭୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସଫଳ ଭିତ୍ତିଭୂମି ଓ କୋଭିଡ ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଆଜି ଯାଏଁ ରାଜ୍ୟରେ ୧ ଲକ୍ଷ ୭୦ ହଜାର ୧୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।


ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୧୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୪୧୧ ଜଣ, ମୟୂରଭଂଜ ଜିଲ୍ଲାରୁ ୨୧୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୭ ଜଣ, ଯାଜପୁର ଜିଲ୍ଲାରୁ ୧୪୨ ଜଣ, ବରଗଡ଼ ଜିଲ୍ଲାରୁ ୧୪୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩୭ ଜଣ, ନବରଂଗପୁର ଜିଲ୍ଲାରୁ ୧୧୪ ଜଣ, ପୁରୀ ଜିଲ୍ଲାରୁ ୧୦୯ ଜଣ, ଜଗତସିଂହପୁର , ସୁବର୍ଣ୍ଣପୁର ଜିଲ୍ଲାରୁ ୧୦୩ ଜଣ ଲେଖାଏଁ, କେରାପୁଟ ଜିଲ୍ଲାରୁ ୧୦୨ ଜଣ ଓ ଅନୁଗୁଳ ଜିଲ୍ଲାରୁ ୧୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଢେଙ୍କାନାଳ ଜିଲ୍ଲାରୁ ୯୮ ଜଣ, କଳାହାଣ୍ଡି ଜିଲ୍ଲାରୁ ୯୭ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯୨ ଜଣ, ସମ୍ବଲପୁର ଜିଲ୍ଲାରୁ ୯୧ ଜଣ, କେନ୍ଦୁଝର ଜିଲ୍ଲାରୁ ୯୦ ଜଣ, କନ୍ଧମାଳ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୯ ଜଣ ଲେଖାଏଁ, ଭଦ୍ରକ ଜିଲ୍ଲାରୁ ୮୬ ଜଣ, ମାଲକାନଗିରି ଜିଲ୍ଲାରୁ ୬୬ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୫ ଜଣ, ବୌଦ୍ଧ ଜିଲ୍ଲାରୁ ୬୧ ଜଣ, ଗଂଜାମ ଜିଲ୍ଲାରୁ ୫୬ ଜଣ, ନୂଆପଡ଼ା ଜିଲ୍ଲାରୁ ୫୩ ଜଣ, ରାୟଗଡ଼ା ଜିଲ୍ଲାରୁ ୫୧ ଜଣ, ନୟାଗଡ଼ ଜିଲ୍ଲାରୁ ୪୨ ଜଣ, ଦେବଗଡ଼ ଜିଲ୍ଲାରୁ ୧୬ ଜଣ, ଗଜପତି ଜିଲ୍ଲାରୁ ୧୩ ଜଣ ଓ ରାଜ୍ୟପୁଲରୁ ୫୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।