ଆଜି ନୂଆପଡ଼ାରୁ ୪୭ ଓ କୋରାପୁଟରୁ ୧୧ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା:ରାଜ୍ୟରେ ଦାଦନଚାଲାଣ ରୋକିବା ଦିଗରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ତଥାପି କମିବାର ନାଁ ନେଉନାହିଁ । ପୋଲିସ ମଧ୍ୟ ବେଶ ତତ୍ପରତାର ସହ ଦାଦନ ଚାଲାଣ ରୋକିବା ପାଇଁ ଚେଷ୍ଟା ଜାରି କରିଛି । ପେଟ ପୋଷିବା ପାଇଁ ଚାକିରି ନ ପାଇ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟିବାକୁ ଶ୍ରେୟ ମନେକରୁଛନ୍ତି । ଏହାର ଫାଇଦା ଉଠାଉଛନ୍ତି ଦଲାଲ । ଦାଦନ ଶ୍ରମିକଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ରହିଥିବା ଖବର ସାମନାକୁ ଆସୁଛି । ଆଜି ନୂଆପଡ଼ା ଖରିଆର ରୋଡ଼ ଷ୍ଟେସନରୁ ପୋଲିସ ୪୭ଜଣ ଓ କୋରାପୁଟରୁ ୧୧ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ।

ଦୀର୍ଘ ଦିନ ହେବ ରାଜ୍ୟରେ ମାନବଚାଲାଣ ସଂଖ୍ୟ ବୃଦ୍ଧି ପାଉଛି । ୨ଦିନ ପୂବେ ନୂଆପଡ଼ା ଜିଲ୍ଲାରୁ ୯୭ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ଆଜି ପୁଣି ୪୭ଜଣ ଉଦ୍ଧାର ହୋଇଛନ୍ତି । ବେଆଇନ ଦାଦନ ଚାଲାଣ ସମ୍ପର୍କରେ ଆଜି କୈାଣସି ସୂତ୍ରରୁ ଖବର ପାଇଥିଲା । କଣ୍ଟାବାଞ୍ଜିରୁ ଷ୍ଟେସନରୁ ହାଇଦ୍ରାବାଦ ଚାଲାଣ ବେଳେ ପୋଲିସ ଚଢାଉ କରି ନୂଆପଡ଼ା ଖରିଆର ରୋଡ଼ ଷ୍ଟେସନ ନିକଟରୁ ୪୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଦାଦନ ଶ୍ରମିକଙ୍କ ମଧ୍ୟରେ ୧୮ଜଣ ପୁରୁଷ , ୧୧ମହିଳା ଓ ୧୮ଜଣ ଶିଶୁ ଥିବା ଜଣାପଡ଼ିଛି । 

ସେହିପରି ଆଜି କୋରାପୁଟରୁ ମଧ୍ୟ ୧୧ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏକ ବସ ଯୋଗେ ରାଇଘରରୁ ବିଶାଖାପାଟଣାକୁ ଦାଦନ ଚାଲାଣ ବେଳେ କୋରାପୁଟ ପୋଲିସ ଚଢାଉ କରି ୧୧ଜଣଙ୍କୁ ଉଦ୍ଧାର କରିଛି । ଉଦ୍ଧା ଶ୍ରମିକଙ୍କ ମଧ୍ୟରେ ୫ଜଣ ନାବାଳକ ମଧ୍ୟ ରହିଥିବା ଜଣାପଡ଼ୁଛି ।