ଦିଲ୍ଲୀରେ ଘନକୁହୁଡି: ୪୬ ବିମାନର ଗତପଥ ପରିବର୍ତନ ଓ ୧୭ ଟ୍ରେନ ଚଳାଚଳରେ ବିଳମ୍ବ

ନୂଆଦିଲ୍ଲୀ: ଆଜି ସକାଳୁ ଦିଲ୍ଲୀରେ ଘନ କୁହୁଡି ଯୋଗୁଁ ୪୬ଟି ବିମାନର ଗତପଥ ପରିବର୍ତନ କରାଯାଇ୍ଥିବାବେଳେ ୧୭ଟି ଟ୍ରେନ ବିଳମ୍ବରେ ଯାତ୍ରା କରିବା ନେଇ ସୂଚନା ମିଳିଛି । ଯାହାକୁ ନେଇ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

କୁହୁଡ଼ି ଯୋଗୁଁ ଦୃଶ୍ୟତା ୫୦ ମିଟରରୁ କମ୍‌ ହୋଇଯିବାରୁ ଶୁକ୍ରବାର ଦିନ ଦିଲ୍ଲୀ ବିମାନ ବନ୍ଦରରେ ୩୦୦ ବିମାନ ଉଡ଼ାଣ ଏବଂ ଅବତରଣରେ ବିଳମ୍ବ ଘଟିଥିଲା। ଶହ ଶହ ଯାତ୍ରୀ ବିମାନ ବନ୍ଦରରେ ଅଟକି ରହିଥିଲେ।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ହରିୟାଣା, ଦିଲ୍ଲୀ, ଉତର  ପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ, ବିହାର, ଆସାମ ଏବଂ ମେଘାଳୟରେ ଘନ କୁହୁଡ଼ି ପରିଲକ୍ଷିତ ହୋଇଥିଲା। ଉତର  ରାଜସ୍ଥାନ, ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ମଧ୍ୟ ଅତ୍ୟଧିକ ଘନ କୁହୁଡ଼ି ଘୋଟି ରହିଥିଲା। ଜାତୀୟ ରାଜଧାନୀ ଅଞ୍ଚଳରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୫ ଓ ୮ ଡିଗ୍ରି ସେଲ୍‌ସିଅସ୍‌ ମଧ୍ୟରେ ରହିବ।