ଭୁବନେଶ୍ୱରରୁ ନୂଆ ୪୬ କରୋନା ପଜିଟିଭ

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଲା ମହାମାରୀ କରୋନା । ଆଜି ରାଜଧାନୀ ଭୁବନେଶ୍ୱରରୁ ନୂଆ ୪୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ଟି କ୍ୱାରେଣ୍ଟାଇନ କେସ ରହିଥିବା ବେଳେ ୨୪ଟି ଲୋକାଲ କଣ୍ଟାକ୍ଟ କେସ ରହିଛି । କ୍ୱାରେଣ୍ଟାଇନ କେସ ମଧ୍ୟରେ ୩ଟି କେସ ଆଇଗିଣିଆରୁ ରହିଥିବା ବେଳେ ଚନ୍ଦ୍ରଶେଖରପୁର ଅଂଚଳରୁ ଗୋଟିଏ କେସ, ପାହାଳରୁ ଗୋଟିଏ, ଗ୍ୟାରେଜ ଛକରୁ ଗୋଟିଏ, ଓଲ୍ଡ ଟାଉନରୁ ଗୋଟିଏ କେସ ରହିଛି । ସେହିଭଳି ରସୁଲଗଡରୁ ୩ଟି କେସ ରହିବା ସହ ବରମୁଣ୍ଡାରୁ ଗୋଟିଏ, ନୂଆଗାଁରୁ ୨ଟି, ଝାରପଡାରୁ ଗୋଟିଏ, ଲକ୍ଷ୍‌ମୀ ସାଗରରୁ ଗୋଟିଏ, ଚିନ୍ତାମଣିଶ୍ୱରରୁ ଗୋଟିଏ, ଡୁମୁଡୁମାରୁ ୩ଟି, ପାତ୍ରପଡାରୁ ଗୋଟିଏ ଓ ଗୋଟିଏ ନାକା ଗେଟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଲୋକାଲ କଣ୍ଟାକ୍ଟ କେସ ମଧ୍ୟରେ ପାତ୍ରପଡା ଓ କଟକରୁ ଗୋଟିଏ ଲେଖାଏଁ କେସ, ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ମଧ୍ୟରୁ ୩ଟି, ଆରଟିଓ ଅଫିସରେ କାର୍ଯ୍ୟ କରୁଥିବା ୪ କର୍ମଚାରୀ ବି କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିଭଳି ୟୁନିଟ ୩ ଅଂଚଳରୁ ଗୋଟିଏ, ନୟାପଲ୍ଲୀରୁ ଗୋଟିଏ, ଘାଟିକିଆରୁ ଗୋଟିଏ, ନୟାପଲ୍ଲୀ ବେହେରା ସାହିରୁ ଜଣେ, ବମିଖାଲରୁ ଗୋଟିଏ, ପୋଖରୀପୁଟରୁ ଗୋଟିଏ, କୋଳଥିଆରୁ ଗୋଟିଏ, ଜୟଦେବ ବିହାରରୁ ଗୋଟିଏ, ସରକାରୀ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଦୁଇ କର୍ମଚାରୀ, କଳିଙ୍ଗ ନଗରରୁ ଗୋଟିଏ କେସ,ୟୁନିଟ-୬ରୁ ଗୋଟିଏ କେସ, ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଜଣେ କର୍ମଚାରୀ, ପାତ୍ରପଡାରୁ ଗୋଟିଏ କେସ ଏବଂ ଖଣ୍ଡଗିରିରୁ ଗୋଟିଏ କେସ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜଧାନୀରେ ମୋଟ ୫୨୬ ଜଣ ସଂକ୍ରମିତ ହୋଇଥିବା ବେଳେ ୨୯୫ ଜଣ ଏଯାବତ୍ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେବି ୨୨୨ଟି ଆକ୍ଟିଭ କେସ ରହିଛି । ଅନ୍ୟପଟେ ୭ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି ।