ତ୍ରିରଙ୍ଗାର ଅନାବରଣ ସର୍ବଦା ଭାବପ୍ରବଣ ମୁହୂର୍ତ୍ତ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଦେଶ ପାଳୁଛି ୭୪ ତମ ସ୍ବାଧୀନତା ଦିବସ । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳନ ହେବା ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ସ୍ଥିତ ନିଜ ସରକାରୀ ବାସଭବନ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରିଛନ୍ତି । ତ୍ରିରଙ୍ଗାର ଅନାବରଣ ସର୍ବଦା ଭାବପ୍ରବଣ ମୁହୂର୍ତ୍ତ । ଏହି ଦିନ ଆସନ୍ତୁ ଆମର ସ୍ବାଧୀନତା ପାଇଁ ଆମ ଲୋକମାନେ ଦେଇଥିବା ଅଗଣିତ ବଳିଦାନକୁ ସମ୍ମାନ ଦେବା ଏବଂ ଆତ୍ମନିର୍ଭର ଭାରତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ବୋଲି ଧର୍ମେନ୍ଦ୍ର ଆହ୍ବାନ ଦେଇଛନ୍ତି ।