ସଟ୍ ଡାଉନ୍ ନ ମାନି କ୍ୱାରେନଂଟାଇନ୍ କୁ ଗଲେ ୪୫ଜଣ

ଭୁବନେଶ୍ୱର: ଗତକାଲି ରାତି ୮ଟାରୁ ଭୁବନେଶ୍ୱର, କଟକ ଓ ଭଦ୍ରକରେ ସଟ୍ ଡାଉନ୍ ଜାରି ହୋଇଥିବାବେଳେ ଏହାକୁ କିଛି ଲୋକ ଅମାନ୍ୟ କରୁଥିବା ଦେଖିବାକୁ ମିଳିଛି । ମିଳିଥିବା ଖବର ଅନୁଯାୟୀ ଏହି ସଟ୍ ଡାଉନ୍ କୁ ଲୋକ ନ ମାନିବାରୁ ପୋଲିସ ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେନଂଟାଇନ୍ କୁ ପଠାଇ ଦେଉଛି । ତେବେ ଭୁବନେଶ୍ୱରରେ ଏଭଳି ଭାବେ ୪୫ଜଣଙ୍କୁ କମିଶନରେଟ୍ ପୋଲିସ କ୍ୱାରେନଂଟାଇନ୍ ସେଂଟରକୁ ପଠାଇ ଦେଇଛି । ସେହିପରି ନିୟମ ଭାଙ୍ଗିବା ଅଭିଯୋଗରେ ଆହୁରି ୬୪ ଜଣଙ୍କୁ ଅଟକ ରଖିଛି। ଭୁବନେଶ୍ୱର ଡିସିପି ଏହି ସୂଚନା ଦେଇଛି।

ଡିସିପି କହିଛନ୍ତି, ରାଜଧାନୀର ମୁଖ୍ୟ ରାସ୍ତା ସହ, ସମସ୍ତ ଗଳି ରାସ୍ତା ଓ ବସ୍ତି ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି। ତେଣୁ ଘରୁ ବାହାରିଲେ ବାଧ୍ୟତାମୂଳକ ଭାବେ କ୍ୱାରେନଂଟାଇନ୍ କେନ୍ଦ୍ରକୁ ପଠାଇ ଦିଆଯିବ।

କରୋନା ମୁକାବିଲା ପାଇଁ ଗତକାଲ ରାତିଠୁ ଟ୍ୱିନ୍‌ ସିଟି ଭୁବନେଶ୍ୱର ଓ କଟକ ସହିତ ଭଦ୍ରକରେ ୪୮ ଘଂଟିଆ ସଟ୍ ଡାଉନ୍ ଲାଗୁ ହୋଇଛି। ଶଟ୍‌ ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି। ଏଥିପାଇଁ ରାଜଧାନୀର ବିଭିନ୍ନ ଛକ, ରାସ୍ତା ଓ ଗଳିରେ ଫୋର୍ସ ମୁତୟନ ହୋଇଛନ୍ତି।