ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଏମ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ବିଏମ୍ସି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩୦୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୮୬ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ୭ ଜଣଙ୍କ ମୃତ୍ୟୁ ଘଟିଛି। ୪୫ ଜଣଙ୍କ ମଧ୍ୟରୁ ୩୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ସେହିପରି ବାକି ୧୦ଟି ଲୋକାଲ୍ କେସ୍।
ଏହି ଲୋକାଲ୍ କେସ୍ ମଧ୍ୟରୁ ବଡ଼ଗଡ଼ ବ୍ରିଟ୍ କଲୋନୀରୁ ୪୫ ବର୍ଷୀୟ ଜଣେ ଯୁବକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଟିଆ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରୁ ଜଣେ ୭୧ ବର୍ଷୀୟ ପୁରୁଷଙ୍କ ନମୁନା ପଜିଟିଭ୍ ଆସିଛି। ଶୈଳଶ୍ରୀ ବିହାରର ୭୩ ବର୍ଷୀୟ ଜଣେ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୁକ ବିହାରରୁ ଜଣେ ୨୫ ବର୍ଷୀୟ ଯୁବକ ଏବଂ ୪୫ ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ସୂର୍ଯ୍ୟନଗରରୁ ୨୯ ବର୍ଷୀୟ ଜଣେ ଯୁବକ, ନିଳାଦ୍ରୀବିହାର ଅଞ୍ଚଳରୁ ୫୪ ବର୍ଷୀୟ ପୁରୁଷ, ଲୁଇସ୍ ରୋଡ୍ରେ ଥବା ଏକ ଘରୋଇ ହସ୍ପିଟାଲର ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ କରୋନା ହୋଇଛି। ପଳାଶୁଣୀ ଜିଜିପି କଲୋନୀର ଜଣେ ଯୁବତୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଘାଟିକିଆରୁ ଜଣେ ୮୩ ବର୍ଷୀୟ ମହିଳାଙ୍କ ନମୁନା ପଜିଟିଭ୍ ଆସିଛି। ସେହିପରି ଆଜି ଭୁବନେଶ୍ୱରରୁ ଆଉ ୬ ଜଣ ରୋଗୀ ସୁସ୍ଥ ହୋଇଛନ୍ତି।