ଆଜି ରାଜ୍ୟରେ ସର୍ବାଧିକ ୪୩୮୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ସର୍ବାଧିକ ୪ ହଜାର ୩୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୪୩୨ରେ ପହଂଚିଛି ।


ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୪୯୬ ଜଣ, ପୁରୀ ଜିଲ୍ଲାରୁ ୧୮୩ ଜଣ, ନୂଆପଡ଼ା ଜିଲ୍ଲାରୁ ୧୭୯ ଜଣ, ବରଗଡ଼ ଜିଲ୍ଲାରୁ ୧୭୪ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୬୭ ଜଣ, ଯାଜପୁର ଜିଲ୍ଲାରୁ ୧୫୯ ଜଣ, ଅନୁଗୁଳ ଜିଲ୍ଲାରୁ ୧୪୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୪୨ ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୮ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୮ ଜଣ, କନ୍ଧମାଳ ଜିଲ୍ଲାରୁ ୧୨୬ ଜଣ, ଜଗତସିଂହପୁର, ନବରଙ୍ଗପୁର ଜିଲ୍ଲାରୁ ୧୧୫ ଜଣ ଲେଖାଏଁ, ସମ୍ବଲପୁର ଜିଲ୍ଲାରୁ ୧୧୪ ଜଣ, ମୟୂରଭଂଜ ଜିଲ୍ଲାରୁ ୧୦୯ ଜଣ, ବୌଦ୍ଧ ଜିଲ୍ଲାରୁ ୧୦୧ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଭଦ୍ରକ ଜିଲ୍ଲାରୁ ୮୯ ଜଣ, କୋରାପୁଟ ଜିଲ୍ଲାରୁ ୮୮ ଜଣ, କେନ୍ଦୁଝର ଜିଲ୍ଲାରୁ ୭୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୭ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୫୬ ଜଣ, ଗଂଜାମ ଜିଲ୍ଲାରୁ ୪୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୭ ଜଣ, ନୟାଗଡ଼ ଜିଲ୍ଲାରୁ ୪୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୪୩ ଜଣ, ମାଲକାନଗିରି ଜିଲ୍ଲାରୁ ୪୦ ଜଣ, ଗଜପତି ଜିଲ୍ଲାରୁ ୩୨ ଜଣ, ଦେବଗଡ଼ ଜିଲ୍ଲାରୁ ୧୦ ଜଣ ଓ ରାଜ୍ୟପୁଲରୁ ୩୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।