ଭୁବନେଶ୍ୱର: ଓଡ଼ିଶା ଆକାଶରେ ଉଡିଲେ ୪୮ ଜଣ ଦିବ୍ୟାଙ୍ଗ ଓ ଆଦିବାସୀ ଛାତ୍ରଛାତ୍ରୀ । ଭୁବନେଶ୍ୱର ବିମାନ ବନ୍ଦରରୁ ଉଡାଜାହାଜରେ ବସି ଆକାଶରେ ଉଡିବାର ମଜା ନେଲେ । ୪୮ ଜଣଙ୍କ ମଧ୍ୟରେ ଅଛନ୍ତି ଦିବ୍ୟାଙ୍ଗ, ଆଦିବାସୀ ଓ ବସ୍ତିରେ ରହୁଥିବା ରହୁଥିବା ଛାତ୍ରଛାତ୍ରୀ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଏୟାରପୋର୍ଟ ଅର୍ଥରିଟି ଅଫ୍ ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏକ ଏନ୍ଜିଓ ଏପରି ବ୍ୟବସ୍ଥାର ଆୟୋଜନ କରିଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୨ ତାରିଖରେ ସମଗ୍ର ରାଜ୍ୟରୁ 48 ଜଣ ଦିବ୍ୟାଙ୍ଗ ପିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଉଡିବେ ବୋଲି ଜାନୁଆରୀ ୧୯ ତାରିଖ ଦିନ ଟ୍ୱିଟ କରି ସୂଚନା ଦେଇଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ । ୪୮ ଜଣଙ୍କ ଭିତରୁ ୨୫ଜଣ ପୁଅ ଓ ୨୩ ଝିଅ ଥିଲେ । ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସକାଳ ୯.୨୫ ମିନିଟ୍ରେ ଉଡାଣ ଆରମ୍ଭ ହୋଇ । ଆକାଶରେ ୪୦ ମିନିଟ୍ ଧରି ପିଲାମାନେ ବିମାନରେ ଉଡ଼ିଥିଲେ । ସେଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଟ୍ୱିଟ୍ କରି ଏୟାର ଇଣ୍ଡିଆ CMD ଓ ଆଲିଆନ୍ସ ଏୟାର CEOଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି । ଏଭଳି ପ୍ରଶଂସନୀୟ ଉଦ୍ୟମ ପାଇଁ ଓଡ଼ିଶା ସରକାରଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।