ସୁସ୍ଥ ହେଲେ ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟେ ରାଜ୍ୟରେ ସୁସ୍ଥ ହାର ବୃଦ୍ଧି ପାଇଛି । ରାଜ୍ୟରେ ଆଜି ଆଉ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୩୬କୁ ବୃଦ୍ଧି ପାଇଛି ।

ତେବେ ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଅନୁଗଳରୁ ୧୫ ଜଣ, ଗଂଜାମ, ରାଉରକେଲା, ଯାଜପୁରରୁ ୮ ଏବଂ ପୁରୀ, କେନ୍ଦ୍ରାପଡା, କଟକ ଏବଂ ବୌଦ୍ଧ ଜିଲ୍ଲାରୁ ଆଜି ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଅନ୍ୟପଟେ, ରାଜ୍ୟରେ ଆଜି ପୁଣି ୮୬ ପଜିଟିଭ୍ ଚିହ୍ନଟ । ୧୧୮୯କୁ ବୃଦ୍ଧି ହେଲା ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା । କଂଟେନମେଂଟ ଜୋନରୁ ଜଣେ, ସାଧାରଣ ଅଂଚଳରୁ ୫ ଜଣ ଓ ଅବଶିଷ୍ଟ ୮୦ ଜଣ କ୍ୱାରେଂଟିନ ସେଂଟରରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଯାଜପୁର ଜିଲ୍ାରୁ ୪୬, କଟକ ୧୧, ନୟାଗଡ ୬, ଗଂଜାମ ୫, ବାଲେଶ୍ୱର ୩, ଭଦ୍ରକ ୩, କେନ୍ଦୁଝର ୩ , ଖୋର୍ଧା ୩, ପୁରୀ ୩, ବଲାଂଗିର ୨ , ସୁନ୍ଦରଗଡରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରେ ୪୬ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଶହ ଅତିକ୍ରମ କରିଛି । ଯାଜପୁର ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୨୫କୁ ବୃଦ୍ଧି ହୋଇଛି । ଗଂଜାମରେ ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ୩୨୨ ରହିଛି । ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣରେ ୭ ଜଣଙ୍କ ଜୀବନ ଯାଇଛି ।