ରେକର୍ଡ ଭାଙ୍ଗୁଛି କରୋନା; ଆଜି ସର୍ବାଧିକ ୪୨୭୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରେକର୍ଡ ୪୨୭୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୭୯୨ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୪୭୮ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।


ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୪୨୭୦ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୭୬ ଟି ଓ କଟକ ଜିଲ୍ଲାରୁ ୩୭୪ ଟି ମାମଲା ରହିଛି ।  ସେହିପରି ପୁରୀରୁ ୨୮୭ଟି, ଜଗତସିଂହପୁରରୁ ୧୮୮, ବରଗଡ଼ରୁ ୧୮୩, ବାଲେଶ୍ୱରରୁ ୧୫୦, ଅନୁଗୁଳରୁ ୧୪୭ଟି, ମୟୁରଭଞ୍ଜରୁ ୧୩୧, ଝାରସୁଗୁଡ଼ାରୁ ୧୨୧, ନୂଆପଡ଼ାରୁ ୧୧୯, ସମ୍ବଲପୁରରୁ ୧୧୪, ବଲାଙ୍ଗୀରରୁ ୯୭ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରରୁ ୮୭ ଟି, ନବରଂଗପୁରରୁ ୮୬ଟି, କୋରାପୁଟରୁ ୮୩ଟି, ରାୟଗଡ଼ାରୁ ୮୦ଟି, ସୋନପୁରରୁ ୭୪ଟି, ଭଦ୍ରକରୁ  ୫୫ଟି, ନୟାଗଡ଼ରୁ ୪୭ଟି, ସୁନ୍ଦରଗଡ଼ରୁ ୩୮ଟି,  ଢେଙ୍କାନାଳରୁ ୬୩ଟି ମାମଲା ଚିହ୍ନଟ ହୋଇଛି ।