ଆତ୍ମନିର୍ଭରଶୀଳ ଭାରତ ଲକ୍ଷ୍ଯ ପୂରଣ ନେଇ E5 Business Solutions Trust ପକ୍ଷରୁ ମହିଳା ଉଦ୍ୟୋଗୀଙ୍କ ସହ ଭର୍ଚୁଆଲ ମିଟିଂ

ବିଦେଶୀ ବର୍ଜନ କରି ସ୍ବଦେଶୀ ଆପଣାଇବା ସହ ଆତ୍ମନିର୍ଭରଶୀଳ ଭାରତ ଲକ୍ଷ୍ଯ ପୂରଣ କରିପାରିବେ : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର : କରୋନା ବର୍ତ୍ତମାନ ସାରା ବିଶ୍ୱର ଭବିଷ୍ୟତ ରୂପରେଖ ବଦଳେଇଦେଇଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟାପାର ରେ ପଡିଛି, ଏଣୁ ପ୍ରତିକାର ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି “ଆତ୍ମନିର୍ଭର ଭାରତ” ଆହ୍ୱାନ ଦେଇଛନ୍ତି ଏବଂ ସେଥି ପାଇଁ ସମସ୍ତ ସରକାରୀ ସୁବିଧା ସୁଯୋଗ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି।
MSME ମନ୍ତ୍ରାଳୟ ଏହି ଦିଗରେ ସବୁଠୁ ବଡ଼ ଗରୁତ୍ବପୁର୍ଣ୍ଣ ଭୂମିକା ସମ୍ପନ୍ନ କରୁଛି ।
ଏହି ପର୍ରିପ୍ରେକ୍ଷୀରେ ମାନନୀୟ କେନ୍ଦ୍ର MSME ରାଷ୍ଟ୍ରମନ୍ତ୍ରୀ ତଥା ଆମ ସମସ୍ତଙ୍କ ପ୍ରିୟ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ E5 Business Solutions Trust ଦ୍ୱାରା ଆୟୋଜିତ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇ ଓଡ଼ିଶାର ମହିଳା ଉଦ୍ୟୋଗୀଙ୍କ ସହ ବାର୍ତ୍ତାଳାପ କରିବା ସହ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ବିଭିନ୍ନ ପରିଯୋଜନା ସମ୍ପର୍କରେ ଆମ୍ଭମାନଙ୍କ ଜିଜ୍ଞାସା ପୂରଣ କରିଥିଲେ।E5 Business Solutions Trust ଦ୍ୱାରା ଆୟୋଜିତ ଏହି ଭିଡ଼ିଓ କନଫରେନ୍ସରେ ,ମହିଳା ଦେଶର ବିତ୍ତ ମନ୍ତ୍ରୀ ତ ଆପଣ ମାନେ ଓଡିଶାର ପ୍ରଗତିର ସାଥି ହୋଇପାରିବେ। ବିଦେଶୀ ବର୍ଜନ କରି ସ୍ବଦେଶୀ ଆପଣାଇବା ସହ ଆତ୍ମନିର୍ଭରଶୀଳ ଭାରତ ଲକ୍ଷ୍ଯ ପୂରଣ କରିପାରିବେ। ଏମଏସଏମଇ ସହଯୋଗ ପାଇଁ ସତତ ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଲେ।
ଏହି ଭର୍ଚୁଆଲ ମିଟିଂ କୁ E5 Business Solutions ଟ୍ରଷ୍ଟର Managing Trustee ଶ୍ରୀ ପ୍ରବୀଣ କୁମାର ପାଢ଼ୀ ପରିଚାଳନା କରିଥିଲେ ଏବଂ କାର୍ଯ୍ୟକାରୀ ଟ୍ରଷ୍ଟି ଶ୍ରୀମତୀ ସୁଜାତା ପାଢ଼ୀ ସଂଯୋଜନା କରିଥିଲେ। ଏଥିରେ ଶ୍ରୀମତୀ ଇପ୍ସିତା ରଥ, ପ୍ରିଥୀ ପଟ୍ଟନାୟକ ସଂଯୋଜନାରେ ସହାୟତା କରିଥିଲେ।