ଦିଲ୍ଲୀ ବିଧାନସଭା ନିର୍ବାଚନ: ଯାଂଚ ପରେ ୪୧୧ଟି ନାମାଙ୍କନ ପତ୍ର ଖାରଜ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ତାରିଖ ୨୧ ଜାନୁଆରୀ ରହିଥିଲା। ସମସ୍ତ ୭୦ ସିଟ୍ ପାଇଁ ଜାନୁଆରୀ ୨୨ରେ ନାମାଙ୍କନ ପତ୍ର ଯାଂଚ ଏବଂ ୨୪ରେ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି। ଏବେ ନାମାଙ୍କନ ପତ୍ର ଯାଂଚ ପ୍ରକ୍ରିୟା ସମାପ୍ତ ହୋଇଛି । ଏଥିରେ ୪୧୧ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ଖାରଜ କରାଯାଇଛି । ସେହିପରି ୩ ଜଣ ପ୍ରାର୍ଥୀ ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହୃତ କରିନେଇଛନ୍ତି ।

ଦିଲ୍ଲୀ ମୁଖ୍ୟ ନିର୍ବାଚନ କମିଶନଙ୍କ କାର‌୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ସମସ୍ତ ୭୦ଟି ସିଟ୍ ପାଇଁ ମୋଟ ୧୦୨୯ ପ୍ରାର୍ଥୀ ମୋଟ ୧୫୨୮ ନାମାଙ୍କନ ଦାଖଲ କରିଛନ୍ତି। ଏଥିରେ ମହିଳାଙ୍କ ସଂଖ୍ୟା ୧୮୭ ରହିଛି। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖରେ ମୋଟ ୮୦୬ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ନାମାଙ୍କନର ଶେଷ ଦିନରେ ମୋଟ ୫୫ ବିଧାନସଭା ସିଟରେ ୮୦୬ ଜଣ ନାମାଙ୍କନ ଦାଖଲ କରିଛନ୍ତି। ଏଥିରେ ନୂଆଦିଲ୍ଲୀ ସିଟ୍‌ରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମିଲ ରହିଥିଲେ । ନୂଆଦିଲ୍ଲୀ ସିଟ୍‌ରେ ଗତ କାଲି ସୁଦ୍ଧା ନାମାଙ୍କନ ସଂଖ୍ୟା ୮୮ ରହିଥିଲା।

ସମସ୍ତ ୭୦ଟି ସିଟ୍ ପାଇଁ ୮୪୨ ଜଣ ପୁରୁଷ ଓ ୧୮୭ ଜଣ ମହିଳା ନାମାଙ୍କନ ଦାଖଲ କରିଛନ୍ତି । ସୂଚନା ଯେ ଜଣେ ପ୍ରତ୍ୟାଶୀ ଏକାଧିକ ଆସନରେ ନାମାଙ୍କନ ଦାଖଲ କରିପାରିବେ। ଏଥିରେ ପ୍ରାର୍ଥୀ ନିଜର ୪ଗୋଟି ପ୍ରାର୍ଥୀ ପତ୍ର ନିଜ ପତ୍ନୀ, ଭାଇ କିମ୍ବା ଅନ୍ୟ କୌଣସି ସମ୍ପର୍କୀୟଙ୍କ ନାମରେ ନାମାଙ୍କନ ଦାଖଲ କରିପାରିବେ । ଏହି କାରଣରୁ ୭୦ ସିଟ୍ ପାଇଁ ୧୦୨୯ ପ୍ରାର୍ଥୀ ମୋଟ ୧୫୨୮ ନାମାଙ୍କନ ଦାଖଲ କରିଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ୨୪ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ସହ ଏହି ଦିନ ୭୦ ସିଟ୍ ପାଇଁ ପ୍ରାର୍ଥୀଙ୍କ ଫାଇନାଲ ଲିଷ୍ଟ ଜାରି କରାଯିବ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଫେବୃୟାରୀ ୨୨ରେ ଶେଷ ହେଉଛି। ଫେବୃୟାରୀ ୮ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ୧୧ରେ ଘୋଷଣା କରାଯିବ । ପ୍ରାୟ ୧.୪୬ କୋଟି ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।