ରାଜ୍ୟରେ ଆଜି ସୁସ୍ଥ ହେଲେ ୪୦୯୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ୪୦୯୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍‌ ସୁସ୍ଥ ୨ ଲକ୍ଷ ୬ ହଜାର ୪୦୦ରେ ପହଞ୍ଚିଛି ।


ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସଂଖ୍ୟା ଜାରି ହୋଇଛି । ଏଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୮୬ ଜଣ, ବାଲେଶ୍ୱରରୁ ୩୩୬ ଜଣ, ନୂଆପଡ଼ାରୁ ୨୦୯ ଜଣ ଓ ଅନୁଗୁଳୁରୁ ୧୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ମୟୁରଭଞ୍ଜରୁ ୧୩୯, କେନ୍ଦୁଝରରୁ ୧୩୧, ଭଦ୍ରକରୁ ୧୨୫,ଜଗତସିଂହପୁରରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୩, ଯାଜପୁରରୁ ୧୧୬, ବରଗଡ଼ରୁ ୧୧୦, ଢେଙ୍କାନାଳରୁ ୧୦୭, ପୁରୀରୁ ୧୦୪, ସୁନ୍ଦରଗଡ଼ରୁ ୮୨, ଝାରସୁଗୁଡ଼ାରୁ ୮୧, ନୟାଗଡ଼ରୁ ୭୯, ସମ୍ବଲପୁରରୁ ୭୮, କଳାହାଣ୍ଡି ଓ ନବରଙ୍ଗପୁରରୁ ୭୩ ଲେଖାଏଁ, ବଲାଙ୍ଗୀରରୁ ୭୦, କୋରାପୁଟରୁ ୬୭,କନ୍ଧମାଳରୁ ୬୫, ବୌଦ୍ଧରୁ ୬୧,ସୋନପୁରରୁ ୪୬, ଗଞ୍ଜାମରୁ ୪୨, ରାୟଗଡ଼ାରୁ ୪୨, ଗଜପତିରୁ ୩୬, ମାଲକାନଗିରିରୁ ୨୩, ଦେବଗଡ଼ରୁ ୧୫ ଓ ରାଜ୍ୟ ପୁଲରୁ ୨୮୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି ।