ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଅଂଚଳରୁ ଆଜି ୪୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୨୪୨ ଜଣ ଓ ସ୍ଥାନୀୟ ଅଂଚଳରୁ ୧୬୭ ଜଣ ଆକ୍ରାନ୍ତ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଂଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ଯାତ୍ରା ବିବରଣୀ ଥିବା ବେଳେ ୨୪୧ ଜଣ ପୂର୍ବରୁ ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 5th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/PGsuiOWZHo— BMC (@bmcbbsr) September 5, 2020
ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚନ୍ଦ୍ରଶେଖରପୁରରୁ ୧୧ ଜଣ, ଚକେଇସିହାଣୀରୁ ୮ ଜଣ, ଷ୍ଟେସନ ଛକ, ନୟାପଲ୍ଲୀରୁ ୭ ଜଣ ଲେଖାଏଁ, ଶିଖରଚଣ୍ଡି ସାହି, ୟୁନିଟ-୯ସ୍ଥିତ ଏକ ସରକାରୀ କାର୍ଯ୍ୟାଳୟରୁ ୬-୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି।
ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ୧୬୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିରେ ଭିଏସ୍ଏସ୍ ନଗରରୁ ୧୦ ଜଣ, ନୟାପଲ୍ଲୀରୁ ୬ ଜଣ, ସହିଦ ନଗର, ଦୂରଦର୍ଶନ କଲୋନି, ଚକେଇସିହାଣୀରୁ ୫ ଜଣ ଲେଖାଏଁ ଅଛନ୍ତି।
ୟୁନିଟ-୩ ସରକାରୀ କ୍ୱାର୍ଟସରୁ ୧୩ ଜଣ, ବଡଗଡ଼ ବ୍ରିଟ କଲୋନିରୁ ୯ ଜଣ, ପଟିଆ ବିଗ ବଜାର ଅଂଚଳରୁ ୮ ଜଣ, ବଡଗଡ଼ ବ୍ରିଟ କଲୋନି, ବରମୁଣ୍ଡା ଏଚ୍ବି କଲୋନି, ଜାଗମରା, ବାପୁଜୀ ନଗର, ଟଙ୍କପାଣି ରୋଡରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରୁ ଆଜି ମୋଟ ୩୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି।