ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୪୦୫୩ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ରାଜ୍ୟ ପାଇଁ ଏକ ବଡ ଖୁସି ଖବର । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ଆରୋଗ୍ୟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୭୭,୨୮୬ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।
Happy to share that #Odisha has achieved a record single day discharge of 4053 #COVID19 patients today!
The total recovered cases of Odisha now stand at 77286.
608 from Rayagada
468 from Cuttack
370 from Khordha
339 from Jajapur
233 from Ganjam
217 from Sundargarh— H & FW Dept Odisha (@HFWOdisha) August 31, 2020
ଆଜି ରାୟଗଡାରୁ ସର୍ବାଧିକ ୬୦୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ତା’ପଛକୁ କଟକରୁ ୪୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଖୋର୍ଦ୍ଧାରୁ ୩୭୦, ଯାଜପୁରରୁ ୩୩୯, ଗଞ୍ଜାମରୁ ୨୩୩, ସୁନ୍ଦରଗଡରୁ ୨୧୭, କୋରାପୁଟରୁ ୧୭୫, ଭଦ୍ରକରୁ ୧୭୨, କଳାହାଣ୍ଡିରୁ ୧୬୫, ପୁରୀରୁ ୧୪୪, ନୟାଗଡରୁ ୧୪୧, ମୟୂରଭଞ୍ଜରୁ ୧୨୮, ମାଲକାନଗିରିରୁ ୧୨୦, ବରଗଡରୁ ୧୦୦, ସମ୍ବଲପୁରରୁ ୯୨, ବାଲେଶ୍ୱରରୁ ୮୩, କନ୍ଧମାଳ ୭୯, ଢେଙ୍କାନାଳରୁ ୬୬, ବଲାଙ୍ଗୀରରୁ ୬୨, ନବରଙ୍ଗପୁରରୁ ୫୨, କେନ୍ଦ୍ରାପଡାରୁ ୫୦ ଜଣ ରହିଛନ୍ତି । ସେହିପରି ଗଜପତିରୁ ୪୮, ଜଗତସିଂହପୁରରୁ ୩୫, ଝାରସୁଗୁଡାରୁ ୩୫, କେଉଁଝରରୁ ୨୯, ଦେବଗଡରୁ ୧୩, ସୋନପୁରରୁ ୧୩, ନୂଆପଡାରୁ ୯, ବୌଦ୍ଧରୁ ୬ ଓ ଅନୁଗୋଳରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି ।