ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪୦ ଜଣଙ୍କ ସମେତ ଆଜି ରାଜ୍ୟରୁ ୪ ହଜାର ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୬୭୫ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
Another 4018 Covid patients have recovered and are being discharged on 20.09.2020
840 from Khordha
434 from Cuttack
274 from Puri
194 from Baleswar
139 from Kendrapara
136 from Sonepur
126 from Jagatsinghpur
120 from Jajapur
116 from Anugul
113 from Rayagada
111 from Jharsuguda— H & FW Dept Odisha (@HFWOdisha) September 20, 2020
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୪୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୨୭୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୯୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୯ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୩୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୬ ଜଣ, ଯାଜପୁର ଜିଲ୍ଲାରୁ ୧୨୦ ଜଣ, ଅନୁଗୁଳ ଜିଲ୍ଲାରୁ ୧୧୬ ଜଣ, ରାୟଗଡ଼ା ଜିଲ୍ଲାରୁ ୧୧୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧୧ ଜଣ ଓ ଭଦ୍ରକ ଜିଲ୍ଲାରୁ ୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ବରଗଡ଼ ଜିଲ୍ଲାରୁ ୯୫ ଜଣ, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରୁ ୯୦ ଜଣ ଲେଖାଏଁ, କୋରାପୁଟ ଜିଲ୍ଲାରୁ ୮୮ ଜଣ, ମୟୂରଭଂଜ ଜିଲ୍ଲାରୁ ୮୩ ଜଣ, ନୂଆପଡ଼ା ଜିଲ୍ଲାରୁ ୭୭ ଜଣ, କନ୍ଧମାଳ ଜିଲ୍ଲାରୁ ୭୫ ଜଣ, ନବରଂଗପୁର ଜିଲ୍ଲାରୁ ୭୧ ଜଣ, ଢେଙ୍କାନାଳ, ଗଂଜାମ ଜିଲ୍ଲାରୁ ୬୭-୬୭ ଜଣ, କେନ୍ଦୁଝର ଜିଲ୍ଲାରୁ ୫୭ ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୬ ଜଣ, କଳାହାଣ୍ଡି ଜିଲ୍ଳାରୁ ୪୨ ଜଣ, ବୌଦ୍ଧ ଜିଲ୍ଲାରୁ ୩୪ ଜଣ, ମାଲକାନଗିରି ଜିଲ୍ଲାରୁ ୩୩ ଜଣ, ଦେବଗଡ଼ ଜିଲ୍ଲାରୁ ୧୭ ଜଣ, ଗଜପତି ଜିଲ୍ଲାରୁ ୧୫ ଜଣ ଓ ଷ୍ଟେଟ ପୁଲରୁ ୨୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।